33.2 C
Bhubaneswar
Friday, June 19, 2026
Homeଓଡିଶାବିଦେଶ ଗସ୍ତରେ ବାଚସ୍ପତି: ପ୍ରବାସୀ ଓଡ଼ିଆଙ୍କୁ ଓଡ଼ିଶାର ପ୍ରଗତିରେ ଯୋଡ଼ୀ ହେବାକୁ ଆହ୍ୱାନ ଦେଲେ

ବିଦେଶ ଗସ୍ତରେ ବାଚସ୍ପତି: ପ୍ରବାସୀ ଓଡ଼ିଆଙ୍କୁ ଓଡ଼ିଶାର ପ୍ରଗତିରେ ଯୋଡ଼ୀ ହେବାକୁ ଆହ୍ୱାନ ଦେଲେ

ଭୁବନେଶ୍ୱର:  ମାନ୍ୟବର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ବାର୍ବାଡୋସ୍‌ର ବି୍ରଜ୍‌ଟାଉନ୍‌ଠାରେ ରାଜ୍ୟଗୋଷ୍ଠୀ ସଂସଦୀୟ ସଂଘ ଓ ରାଜ୍ୟଗୋଷ୍ଠୀ ମହିଳା ସମ୍ମିଳନୀରେ ଯୋଗଦେବା ପରେ ବି୍ରଟେନ୍‌, ସୁଇଜରଲ୍ୟାଣ୍ଡ ଓ ଫ୍ରାନ୍ସ ଗସ୍ତ କରିଛନ୍ତି । ବାଚସ୍ପତି ପ୍ରଥମେ ବି୍ରଟେନଠାରେ ପହଞ୍ଚିବା ପରେ ସେଠାରେ ଅବସ୍ଥାପିତ ଭାରତୀୟ ହାଇକମିଶନର ତାଙ୍କୁ ସ୍ୱାଗତ କରିଥିଲେ । ସେଠାରେ ବାଚସ୍ପତି ଶ୍ରୀମତୀ ପାଢ଼ୀ ପ୍ରବାସୀ ଭାରତୀୟ ତଥା ପ୍ରବାସୀ ଓଡ଼ିଆମାନଙ୍କ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ କହିଲେ ଯେ ୨୦୪୭ ସୁଦ୍ଧା ଏକ ବିକଶିତ ଭାରତର ଲକ୍ଷ୍ୟ ରହିଥିବାବେଳେ ୨୦୩୬ ମସିହା ସୁଦ୍ଧା ଓଡ଼ିଶା ଏକ ସମୃଦ୍ଧ ରାଜ୍ୟରେ ପରିଣତ ହେବାକୁ ଯାଉଛି । ଓଡ଼ିଶାର ପ୍ରଗତିରେ ଆପଣମାନେ ଯୋଡ଼ି ହୁଅନ୍ତୁ । ପରେ ବାଚସ୍ପତି ସେଠାରେ ବି୍ରଟିଶ୍‌ ମୁ୍ୟଜିୟମ୍‌ ସହ ବଙ୍କିଂହାମ୍‌ ପ୍ୟାଲେସ୍‌ ବୁଲି ଦେଖିଥିଲେ । ବାଚସ୍ପତି ସୁଇଜରଲ୍ୟାଣ୍ଡର ଜୁରିକ୍‌ଠାରେ ପହଞ୍ଚିବା ପରେ ସେଠାରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ତାଙ୍କୁ ସ୍ୱାଗତ କରିବା ସହ ପ୍ରବାସୀ ଓଡ଼ିଆମାନେ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଦେଇଥିଲେ । ଉପସ୍ଥିତ ପ୍ରବାସୀ ଓଡ଼ିଆଙ୍କୁ ବାଚସ୍ପତି କହିଲେ ଯେ ସୁବଠାରୁ ଖୁସିର କଥା ହେଉଛି ଯେ ଓଡ଼ିଶାଠାରୁ ଦୂରରେ ରହି ମଧ୍ୟ ଆପଣମାନେ ଓଡ଼ିଶାର ଐତିହ୍ୟ, ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିପାରିଛନ୍ତି । ଏହି ଅବସରରେ ପ୍ରବାସୀ ଓଡ଼ିଆମାନଙ୍କ ମଧ୍ୟରେ ଶ୍ରୀ ଜୟଦେବ ମିଶ୍ର, ସୁଦୀପ ଦାସମହାପାତ୍ର, ସୌମ୍ୟସୁନ୍ଦର ଦାସ, ଶ୍ରୀନିଭାଏ ଗର୍ଲପତି, ନିଶାନ୍ତ ପତି ଓ ଡ. ଅଜିତ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

ବାଚସ୍ପତି ଶ୍ରୀମତୀ ପାଢ଼ୀ ଫ୍ରାନ୍ସର ରାଜଧାନୀ ପ୍ୟାରିସ୍‌ଠାରେ ପହଞ୍ଚିବା ପରେ ସେଠାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ଓ ପ୍ରବାସୀ ଓଡ଼ିଆ ତାଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଦେଇଥିଲେ । ସମ୍ବର୍ଦ୍ଧନାର ଉତ୍ତରରେ ବାଚସ୍ପତି କହିଲେ ଯେ ଓଡ଼ିଶା ହେଉଛି ପ୍ରଭୁ ଶ୍ରୀଜଗନ୍ନାଥଙ୍କ ମାଟି । ଆମର ପରିଚୟ ହେଉଛି ଜଗନ୍ନାଥ ସଂସ୍କୃତି । ଏହି ସଂସ୍କୃତିର ମହନୀୟତାକୁ ବିଶ୍ୱ ଦରବାରରେ ପହଞ୍ଚାଇବା କ୍ଷେତ୍ରରେ ଆପଣମାନେ ସାଂସ୍କୃତିକ ରାଷ୍ଟ୍ରଦୂତ ଭାବେ କାର୍ଯ୍ୟ କରିବେ ବୋଲି ବାଚସ୍ପତି ଆଶା ପ୍ରକାଶ କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ବାଚସ୍ପତି ଶ୍ରୀମତୀ ପାଢ଼ୀ ଅକେଫାବର ୫ ତାରିଖରେ ବିଦେଶ ଗସ୍ତରେ ଯାଇଥିବାବେଳେ ଆସନ୍ତା ୧୯ ତାରିଖ ଦିନ ଓଡ଼ିଶା ପ୍ରତ୍ୟାବର୍ତ୍ତନର କାର୍ଯ୍ୟକ୍ରମ ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking