ଭୁବନେଶ୍ୱର: ଜାପାନର ତୋତୋରି ପ୍ରିଫେକ୍ଟରାଲ ସରକାରଙ୍କ ଏକ ୮ ଜଣିଆ ପ୍ରତିନିଧି ଦଳ ଗତକାଲି ସୋମବାର ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟଶାସନସଚିବ ଶ୍ରୀମତୀଅନୁଗର୍ଗଙ୍କ ସହିତ ଏକ ବୈଠକରେ ସାକ୍ଷାତ ଆଲୋଚନା କରିଥିଲେ।ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହିବୈଠକରେ ତୋତୋରି ସରକାରଙ୍କ ବାଣିଜ୍ୟଓଲଜିଷ୍ଟିକ୍ ବିଭାଗର ନିର୍ଦ୍ଦେଶକ ଆକିଫୁମିସିମିଜୁ ଏବଂ ଏହି ବିଭାଗର ପ୍ରବାସୀ ବାଣିଜ୍ୟ ସହାୟତା ମୁଖ୍ୟ ରୋସୁକେୟା ମାଗୁଚିଙ୍କ ସହିତ ଜାପାନର ଅନ୍ୟ ବାଣିଜ୍ୟ ଓ ଶିଳ୍ପ ପ୍ରତିନିଧିମାନେ ଯୋଗଦେଇଥିଲେ। ସୂଚନାଯୋଗ୍ୟ ଯେ ଗତ ଅଗଷ୍ଟ ୨୦୨୪ ରେ ତୋତୋରି ପ୍ରିଫେକ୍ଟରାଲ ସରକାରଙ୍କ ଏହି ପ୍ରତିନିଧି ଦଳପ୍ରଥମ ଓଡ଼ିଶା ପରିଦର୍ଶନ କରିଥିଲେ। ଜାପାନର ପ୍ରଧାନମନ୍ତ୍ରୀ ସିଙ୍ଗେରୁଇସିବା ଯିଏକି ତୋତୋରିର ମୂଳ ଅଧିବାସୀ ରାଜନେତା ଅଟନ୍ତି , ଚଳିତ ବର୍ଷ ଅଗଷ୍ଟ୨୦୨୫ ରେଭାରତର ପ୍ରଧାନମନ୍ତ୍ରୀଶ୍ରୀଯୁକ୍ତ ନରେନ୍ଦ୍ରମୋଦୀଜାପାନ ପରିଦର୍ଶନରେଯାଇ ଜାପାନପ୍ରଧାନମନ୍ତ୍ରୀଙ୍କ ସହିତଏକବୈଠକରେଯୋଗ ଦେଇଭାରତ ଓଜାପାନମଧ୍ୟରେ ବ୍ୟବସାୟିକ ଓ ବୈଷୟିକବିଦ୍ୟା ଆଦିକ୍ଷେତ୍ରରେ ସହଯୋଗିତା ସଂପର୍କରେଆଲୋଚନାକରିଥିଲେ। ଏହି ଦୃଷ୍ଟିରୁ ତୋତୋରି,ଜାପାନରୁ ଆସିଥିବା ଏହିପ୍ରତିନିଧି ଦଳଙ୍କ ସହିତଉନ୍ନୟନକମିଶନରଙ୍କବୈଠକଓଡ଼ିଶାସହତୋତୋରିସରକାରଙ୍କସହଯୋଜନାନେଇଅତ୍ୟନ୍ତଗୁରୁତ୍ୱପୂର୍ଣ୍ଣ ଓ ଆଗ୍ରହପ୍ରଦଥିଲା।
ପ୍ରକାଶଥାଉକି, ରାଜ୍ୟଉନ୍ନୟନକମିଶନରତଥାଅତିରିକ୍ତମୁଖ୍ୟଶାସନସଚିବ ମଧ୍ୟ ଗତସେପ୍ଟେମ୍ବର ୨୦୨୫ରେ ଭାରତୀୟ ଦୂତାବାସ ତରଫରୁଆୟୋଜିତ ତୋତୋରି ଦିବସରେ ଆଭାସୀ ମାଧ୍ୟମରେଯୋଗଦେଇଭାରତ-ଜାପାନସହଭାଗିତାଏବଂତୋତୋରିସଂପର୍କିତ ଆଲୋଚନାରେ ଜଳ ସଂପଦରବିକାଶଏବଂବୈଷୟିକଜ୍ଞାନକୌଶଳର ଆଦାନପ୍ରଦାନସଂପର୍କରେଆଲୋକପାତକରିଥିଲେ।ତୋତୋରିରବୈଷୟିକବିଶେଷଜ୍ଞତା ଓଜଳ ପରିଚାଳନାକୁ ଆଧାର କରି ଓଡ଼ିଶାରଜଳ ବାୟୁ ସହନଶୀଳ ଜଳ ସଂପଦ ଭିତ୍ତିଭୂମି, ଭୂତଳଜ ଳସଂରକ୍ଷଣ ଏବଂ ଉପକୂଳ ପରିଚାଳନାସଂପର୍କରେଉନ୍ନୟନକମିଶନର ତୁଳନାତ୍ମକ ଅଭିବ୍ୟକ୍ତି ପ୍ରକାଶ କରିବା ସହିତଏକ୍ଷେତ୍ରରେସହଯୋଗିତା ସଂପର୍କରେବକ୍ତବ୍ୟରଖିଥିଲେ। ଓଡ଼ିଶାରେ ଉନ୍ନୟନ କମିଶନରଙ୍କ ସହିତ ଅନୁଷ୍ଠିତଏହି ବୈଠକରେଭାରତଓତୋତୋରିସରକାରଙ୍କସହଯୋଗିତାସଂପର୍କିତ ଆଲୋଚନାରେଓଡ଼ିଶାରଆର୍ଥିକଓଶିଳ୍ପକ୍ଷେତ୍ରରେସହଯୋଗିତା, ଦକ୍ଷତା ବିକାଶ କ୍ଷେତ୍ରରେ ଦକ୍ଷମାନବ ସମ୍ବଳର ଉପଯୋଗିତା ସଂପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା।
ତୋତୋରିର ଆକର୍ଷଣୀୟ ସୌନ୍ଦର୍ଯ୍ୟ ସମେତ ଏହାର ବିକାଶରେ ବୈଷୟିକ ଜ୍ଞାନ କୌଶଳର ବ୍ୟବହାର ସଂପର୍କରେ ପ୍ରତିନିଧିମାନେ ଉପସ୍ଥାପନ କରିଥିଲେ । ପ୍ରତିନିଧିମାନେ କହିଥିଲେ ଯେ, ଜାପାନର ବୈଷୟିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମଏବଂସ୍ୱତନ୍ତ୍ରଦକ୍ଷକର୍ମଚାରୀ ଯୋଜନାରେ ଭାରତର ଯୁବକ ଯୁବତୀମାନେତାଲିମନେଉଛନ୍ତିଏବଂତୋତୋରିସମେତଜାପାନର ଶିଳ୍ପ, କୃଷି,ନର୍ସିଂ ସେବାଏବଂଉତ୍ପାଦନଭିତ୍ତିକକ୍ଷେତ୍ରରେନିଯୁକ୍ତିପାଇଛନ୍ତି । ଇତିମଧ୍ୟରେ ଜାପାନରଏହି ପ୍ରତିନିଧିଦଳ ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତାକେନ୍ଦ୍ର ପରିଦର୍ଶନକରିଥିଲେ।ଓଡ଼ିଶାରେ ଦକ୍ଷମାନବ ସମ୍ବଳର ସହଯୋଗିତା ନେଇ ତୋତୋରି ସରକାରଆଗ୍ରହପ୍ରକାଶ କରୁଥିବାସଂପର୍କରେ ପ୍ରତିନିଧିମାନେପ୍ରକାଶକରିଥିଲେ।ଓଡ଼ିଶାରେ ସ୍ମାର୍ଟକୃଷି ଟେକ୍ନୋଲୋଜି ଟ୍ରାନ୍ଫର୍,ଜଳ, ପରିମଳ ଓ ବର୍ଜ୍ୟଜଳ ପରିଚାଳନା ଆଦିକ୍ଷେତ୍ରରେ ସହଯୋଗିତା ନେଇ ଆଲୋଚନା କରାଯାଇଥିଲା।
ତୋତୋରି ସରକାରଙ୍କ ପ୍ରତିନିଧିମାନଙ୍କ ସହିତ ଆଲୋଚନା କରି ଉନ୍ନୟନ କମିଶନର ସନ୍ତୋଷ ପ୍ରକାଶ କରିଥିଲେ । ତୋତୋରିର ଅଭିନବ ଜ୍ଞାନ କୌଶଳ ଓ ଜାପାନର ଦୀର୍ଘ ବର୍ଷର ଉନ୍ନତ ବୈଷୟିକଅଭିଜ୍ଞତାଉପଯୋଗକରିବା ନେଇ ଓଡ଼ିଶା ସରକାରଙ୍କ ତରଫରୁ ଆବଶ୍ୟକ ସହ ଯୋଗିତା ସଂପର୍କରେ ଉନ୍ନୟନକମିଶନର ଆଲୋଚନା କରିଥିଲେ।ଏହିପରିପ୍ରେକ୍ଷୀରେତତୋରିପ୍ରତିନିଧିମାନଙ୍କୁ ସେ ଓଡ଼ିଶାକୃଷିଓବୈଷୟିକବିଶ୍ୱବିଦ୍ୟାଳୟ (ଓୟୁଏଟି) ଏବଂକୃଷି ଓ କୃଷକ ସଶକ୍ତି କରଣବିଭାଗପରିଦର୍ଶନକରିସମ୍ଭାବ୍ୟ ସହଯୋଗିତା ସଂପର୍କରେ ପରାମର୍ଶ ନେଇଥିଲେ। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ସରକାରଙ୍କ ଶିଳ୍ପ, ସୂଚନା ଓ ଲୋକସଂପର୍କବିଭାଗଅତିରିକ୍ତମୁଖ୍ୟଶାସନସଚିବଶ୍ରୀହେମନ୍ତଶର୍ମା, ଗୃହଓ ନଗରଉନ୍ନୟନ, ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖଶାସନ ସଚିବ ଶ୍ରୀମତୀ ଊଷାପାଢ଼ୀଙ୍କ ସମେତ ରାଜ୍ୟ ଜଳସେଚନବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଏବଂ ଯୋଜନା ଓ ସଂଯୋଜନ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ପ୍ରମୁଖ ଉପସ୍ଥିତଥିଲେ।।










