27.1 C
Bhubaneswar
Saturday, December 6, 2025
Homeଓଡିଶାକାର୍ତ୍ତିକ ମାସରେ ଆକାଶ ଛୁଆଁ ପରିବା ଦର

କାର୍ତ୍ତିକ ମାସରେ ଆକାଶ ଛୁଆଁ ପରିବା ଦର

ଭୁବନେଶ୍ବର: କାର୍ତ୍ତିକ ମାସରେ ବଢ଼ିଲା ପରିବା ଦର । ବଜାରରେ ଲାଗିଛି ନିଆଁ । କିଲୋ ପ୍ରତି ୫୦ ଟଙ୍କା ତଳକୁ କିଛି ପରିବା ନାହିଁ । ସାଧାରଣ କୁନ୍ଦୁରୀ ଆଉ କଲରା ଦର ମଧ୍ୟ ୫୦-୬୦ ଟଙ୍କାରେ ବିକ୍ରି ହେଉଛି। 100 ଟଙ୍କାର ପରିବା କିଣିଲେ ମଧ୍ୟ ବ୍ୟାଗ ଭର୍ତି ହେଉନାହିଁ ।   ଆଜି ରାଜଧାନୀର ଏକ ନମ୍ବର ପରିବା ହାଟରେ ହବିଷ ପରିବା ଦର ଆକାଶଛୁଆଁ ଥିବା ବେଳେ ଲୋକମାନେ କମ ପରିବା କିଣି ନେବାକୁ ବାଧ୍ୟ ହେଉଛନ୍ତି।  ବାଇଗଣ- ୬୦, ପୋଟଳ- ୬୦-୮୦,ସାରୁ- ୫୦-୬୦,ପତ୍ରକୋବି- ୪୦,ବିନ୍ସ- ୧୨୦,କାଙ୍କଡ଼- ୮୦,କନ୍ଦମୂଳ- ୬୦-୮୦,ଗାଜର- ୬୦,ବିଟ- ୬୦,କଖାରୁ- ୪୦,ଭଣ୍ଡା- ୨୦,ଜହ୍ନି- ୫୦,କ୍ୟାପିସିକମ- ୧୦୦-୧୨୦ଛୁଇଁ- ୧୪୦ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking