26.1 C
Bhubaneswar
Tuesday, July 28, 2026
Homeଓଡିଶାଫୁଟିଲା ପ୍ରେସର ବୋମା: ନାବାଳକ ଗୁରୁତର

ଫୁଟିଲା ପ୍ରେସର ବୋମା: ନାବାଳକ ଗୁରୁତର

ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ପୁଣି ନକ୍ସଲ ହିଂସା ଦେଖିବାକୁ ମିଳିଛି। ନିରୀହ ଆଦିବାସୀଙ୍କୁ ସବୁବେଳେ ଟାର୍ଗେଟ କରିଆସୁଥିବା ନକ୍ସଲ ଏଥର ଜଣେ ନାବାଳକକୁ ଟାର୍ଗେଟ କରିଛନ୍ତି। ଗାଙ୍ଗଲୁର ଥାନା ଅନ୍ତର୍ଗତ ପିଡିଆ ଅଂଚଳରେ ନକ୍ସଲ ଲଗାଇଥିବା ପ୍ରେସର ବୋମାର ଶିକାର ହୋଇଛନ୍ତି ସ୍ଥାନୀୟ ଜଣେ ନାବାଳକ ମୋହନ। ସେ ଜଂଗଲରୁ ଘରକୁ ଫେରୁଥିବା ବେଳେ ହଠାତ୍ ପ୍ରେସର ବୋମା ବିସ୍ଫୋରଣ ହୋଇଥିଲା। ନାବାଳକର ଡାହାଣ ଗୋଡ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି। ତୁରନ୍ତ ସ୍ଥାନୀୟ ୧୯୯ ସିଆରପିଏଫ ବାଟାଲିୟନର ଯବାନ ଘଟଣାସ୍ଥଳରେ ପହଞ୍ଚି ମୋହନକୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଇଥିଲେ। ମେଡିକାଲରେ ମୋହନ ଚିକିତ୍ସିତ ହେଉଥିବା ଜଣାପଡିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking