23.1 C
Bhubaneswar
Sunday, February 8, 2026
Homeଓଡିଶାକଟକରୁ ହଟିଲା କର୍ଫ୍ୟୁ କଟକଣା

କଟକରୁ ହଟିଲା କର୍ଫ୍ୟୁ କଟକଣା

କଟକ: କଟକ ସହରରୁ କର୍ଫ୍ୟୁ କଟକଣା ହଟିଲା। କର୍ଫ୍ୟୁ ଅବଧି ବୃଦ୍ଧି ନହେବାରୁ କଟକଣା ଉଠିଲା। ସ୍ୱାଭାବିକ ହେଲା କଟକ ସହରରେ ଜୀବନ ଯାତ୍ରା। ପୂର୍ବ ଘୋଷଣା ଅନୁଯାୟୀ ଆଜି ସକାଳ ୧୦ଟା ପର୍ଯ୍ୟନ୍ତ ଥିଲା କର୍ଫ୍ୟୁ କଟକଣା । ଦରଘାବଜାର ସମେତ ୧୩ଟି ଥାନା ଅଞ୍ଚଳରେ ଲାଗିଥିଲା କର୍ଫ୍ୟୁ । କର୍ଫ୍ୟୁ ବଳବତ୍ତର ହେବ ନା କୋହଳ ହେବ ତାହା ସ୍ପଷ୍ଟ କରିନାହିଁ ପ୍ରଶାସନ ।  କଟକରେ ଆଜି ଇଣ୍ଟରନେଟ କଟକଣା ଜାରି ରହିଛି । ଆଜି ସନ୍ଧ୍ୟା 7 ଟା ପର୍ଯ୍ୟନ୍ତ ଇଣ୍ଟରନେଟ କଟକଣା ବଳବତ୍ତର ରହିବ। ସୂଚନା ଥାଉକି , ଗତ ଶୁକ୍ରବାର କଟକରେ ଭସାଣ ସମୟରେ ଦରଘାବଜାର ନିକଟରେ ଦୁଇ ଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡ ଆରମ୍ଭ ହୋଇଥିଲା , ଯାହା କ୍ରମେ ରକ୍ତପାତରେ ବଦଳିଥିଲା। ଲଏଥିରେ ସାଧାରଣ ଲୋକଙ୍କ ସହ ପୁଲିସ ଅଧିକାରୀ ମଧ୍ୟ ଆହତ ହୋଇଥିଲେ ।ଏହି ଘଟଣାକୁ ନେଇ ଆରୋପ, ପ୍ରତ୍ୟାରୋପ ବଢ଼ିବା ପରେ ବିରୋଧର ସ୍ବର ଉଠିଥିଲା, ଯାହା ଉଗ୍ର ରୂପ ନେଉଥିବା ଲକ୍ଷ୍ୟ କରାଯିବା ପରେ ପୂରା ଅଞ୍ଚଳରେ କର୍ଫ୍ୟ ଜାରି କରାଯିବା ସହ ଇଣ୍ଟରନେଟ୍ ଉପରେ କଟକଣା ଲଗାଯାଇଥିଲା ।ହ୍ୱାଟସ୍‌ଆପ୍‌, ଫେସ୍‌ବୁକ୍‌, ଇନ୍‌ଷ୍ଟାଗ୍ରାମ୍, ସ୍ନାପ୍‌ଚାଟ୍‌ ଆଦି ଚଳାଇ ପାରୁନଥିଲେ ୟୁଜର୍ସ । ଅନ୍ୟାନ୍ୟ ସାମାଜିକ ଗଣମାଧ୍ୟମ ସେବା ବି ବନ୍ଦ ରହିଥିଲା । ସେପଟେ ଶାନ୍ତି ରକ୍ଷା ପାଇଁ ନିବେଦନ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଓଡିଶା ପୋଲିସ ତରଫରୁ ଆଡ଼ଭାଇଜାରୀ ଜାରି କରାଯାଇଥିଲା ।  ୧୩ ଥାନା ଅଞ୍ଚଳରେ କର୍ଫ୍ୟୁ ବଳବତ୍ତର ଥିବାବେଳେ କଟକରେ ୬୦ ଫ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking