25.1 C
Bhubaneswar
Thursday, February 5, 2026
Homeଓଡିଶାକାନ୍ଥପଡ଼ି ଚାଲିଗଲା ନାବାଳିକାଙ୍କ ଜୀବନ

କାନ୍ଥପଡ଼ି ଚାଲିଗଲା ନାବାଳିକାଙ୍କ ଜୀବନ

ହାଟଡିହି: ସାଙ୍ଗମାନଙ୍କ ସହ ହାତରେ ମେହେନ୍ଦି ଲଗାଇ ସଜବାଜ ହେବାକୁ ପଡ଼ିଶାଘରକୁ ଯାଇଥିଲେ ନାବାଳିକା ଝିଅ। ହେଲେ ଖାଇସାରିଲା ପରେ ମେହେନ୍ଦି ଲଗାଇବାକୁ ସାଙ୍ଗମାନେ କହିବାରୁ ଘରକୁ ଫେରିଆସୁଥିବା ସମୟରେ ହଠାତ୍ ଘଟିଲା ଅଘଟଣ। ପଡ଼ିଶାଘର ମାଟିକାନ୍ଥ ଭାଙ୍ଗିପଡ଼ିଥିଲା ଝିଅ ଉପରେ। ମାଟିତଳେ ଚାପିହୋଇ ରହିଥିଯାଇଥିଲା ସେ। ଗୁରୁତର ଅବସ୍ଥାରେ ତାକୁ ପରିବାର ଓ ପଡ଼ୋଶୀ ମେଡିକାଲରେ ପହଞ୍ଚାଇଥିଲେ। ହେଲେ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଛନ୍ତି।ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ମଦନପୁର ଗାଁରେ। ମୃତ ନାବାଳିକା ଗାଁର ଶରତ ଚକ୍ରଙ୍କ ୧୭ବର୍ଷୀୟା ଝିଅ ସୀମାରାଣୀ। ଘଟଣା ପ୍ରଘଟ ହେବାପରେ ପୁରା ଗାଁ ସ୍ତବ୍ଧ ହୋଇଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking