28.2 C
Bhubaneswar
Saturday, June 27, 2026
Homeଓଡିଶାକଂଗ୍ରେସର ‘ଗାନ୍ଧୀ ପଥେ ଓଡ଼ିଶା’ ପଦ ଯାତ୍ରା ଆରମ୍ଭ

କଂଗ୍ରେସର ‘ଗାନ୍ଧୀ ପଥେ ଓଡ଼ିଶା’ ପଦ ଯାତ୍ରା ଆରମ୍ଭ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ଶେଷ ସୀମା ମୋଟୁ ମୁଗି ପଏଣ୍ଟରୁ ଗୁରୁବାରଠାରୁ ଆରମ୍ଭ ହୋଇଛି। କଂଗ୍ରେସ ଦଳର ‘ଗାନ୍ଧୀ ପଥେ ଓଡ଼ିଶା’ ପଦ ଯାତ୍ରା। ପିସିସି ସଭାପତି ଭକ୍ତଚରଣ ଦାସଙ୍କ ସମେତ କଂଗ୍ରେସର ସମସ୍ତ ଆଗଧାଡିର ନେତୃବୃନ୍ଦ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ମୋଟୁ ଠାରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ମୋଟୁ ମୁଗି ପଏଣ୍ଟରୁ ପଦ ଯାତ୍ରା ଆରମ୍ଭ ହୋଇଛି। ମୋଟୁଠାରେ ଏକ ସାଧାରଣ ସଭା ପରେ ପ୍ରାୟ ୭୦ କିଲୋମିଟର ପଦ ଯାତ୍ରା କରି କଂଗ୍ରେସ ନେତାମାନେ ପେଟେରୁ ଠାରେ ରାତ୍ରୀ ଯାପନ କରି ପୁନର୍ବାର ଆସନ୍ତା କାଲି ପୋଟେରୁ ଠାରୁ ପଦ ଯାତ୍ରା ଆରମ୍ଭ କରିବେ ବୋଲି ଜଣାପଡ଼ିଛି। ସଭାପତି ଭକ୍ତଚରଣ ଦାସ କହିଛନ୍ତି, ଏହି ୬,୫୦୦ କିଲୋମିଟର ପଦଯାତ୍ରା ମାଧ୍ୟମରେ ଆମେ ଆସନ୍ତା ଗୋଟିଏ ବର୍ଷ ମଧ୍ୟରେ ଓଡ଼ିଶାର ସମସ୍ତ ୩୧୪ ବ୍ଲକ୍‌ରେ ପହଞ୍ଚିବୁ। ପିସିସି ସଭାପତି କହିଛନ୍ତି ନ୍ୟାୟ ଏବଂ ସମାନତାର ଲଢ଼େଇ ଏକ ଲଢ଼ିବା ଯୋଗ୍ୟ ଯୁଦ୍ଧ। ଆମେ ଏହି ଐତିହାସିକ ଯାତ୍ରା ଆରମ୍ଭ କରିଛୁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking