ପାଟଣାଗଡ଼: ପାଟଣାଗଡ଼ରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ସୁକତେଲ ନଦୀରେ ଫଟାମୁଣ୍ଡା ଗାଁର ଜଣେ ଯୁବକ ନିଖୋଜ ଥିବା ନେଇ ସୂଚନା ମିଳିଛି। ସୂଚନା ଅନୁସାରେ, ଗାଧେଇବାକୁ ଯାଇଥିବା ବେଳେ ନିଖୋଜ ହୋଇ ଯାଇଛନ୍ତି ଯୁବକ। ଖବର ପାଇଁ ଘଟଣା ସ୍ଥଳରେ ପହଞ୍ଚିଛି ପୋଲିସ ଓ ଅଗ୍ନିସମବାହିନୀ। ମିଳିତ ଭାବେ ଖୋଜାଖୋଜି କରୁଛନ୍ତି ଲରମ୍ୱା ଥାନା ପୋଲିସ ଓ ଅଗ୍ନିଶମ କର୍ମଚାରୀ।









