ଭୁବନେଶ୍ୱର: ମହାନ ରାଷ୍ଟ୍ରବାଦୀ, ଜନନାୟକ, ଦାର୍ଶନିକ, ଭାରତୀୟ ଜନସଂଘର ପ୍ରତିଷ୍ଠାତା ସାଧାରଣ ସଂପାଦକ, ଆମ ଦଳର ମାର୍ଗଦର୍ଶକ ତଥା ଏକାତ୍ମ ମାନବ ଦର୍ଶନର ସ୍ରଷ୍ଟା ପଣ୍ଡିତ ଦୀନଦୟାଲ ଉପଧ୍ୟାୟଙ୍କ ୧୧୦ ତମ ଜନ୍ମ ଜୟନ୍ତୀକୁ ଦେଶବ୍ୟାପୀ ପାଳନ କରାଯାଉଛି । ଏହି ଅବସରରେ ଆଜି ପାର୍ଟୀ ତରଫରୁ ରାଜ୍ୟର ପ୍ରତ୍ୟେକ ବୁଥରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ଏବଂ ତାଙ୍କ ଜୀବନ ଓ ଯୋଗଦାନ ବିଷୟରେ ସ୍ମୃତିଚାରଣ କରାଯାଇଛି । ବିଶ୍ୱ ଦରବାରରେ ଭାରତର ମାନ ଓ ସମ୍ମାନ ବୃଦ୍ଧି କରିଛନ୍ତି । ଯଶ୍ୱସୀ ମୋଦିଜୀ ଭାରତକୁ ଆର୍ôଥକ ଓ ସାମରିକ ମହାଶକ୍ତିରେ ପରିଣତ କରି ଆନ୍ତର୍ଜାତିକ ମହଲରେ ଦେଶର ସ୍ଥିତି ସୁଦୃଢ଼ କରିଛନ୍ତି । ଫଳରେ ସାରା ବିଶ୍ୱରେ ଭାରତକୁ ସ୍ୱତନ୍ତ୍ର ମର୍ଯ୍ୟାଦା ମିଳିପାରିଛି । ମୋଦି ଗ୍ୟାରେଂଟିକୁ ଓଡ଼ିଶା ସମେତ ସମଗ୍ର ଦେଶବାସୀ ଦେଖିଛନ୍ତି । ଏଭଳି ଜଣେ ଯୁଗପୁରଷଙ୍କ ୭୫ତମ ଜନ୍ମ ଦିବସରେ ମୋଦିଜୀଙ୍କ ସେବା ମନୋଭାବକୁ ପାଥେୟ କରି ବିଜେପି ତରଫରୁ ଦେଶବ୍ୟାପୀ “ସେବା ଦିବସ” ଓ ସେପ୍ଟେମ୍ବର ୧୭ରୁ ଆସନ୍ତା ଅକ୍ଟୋବର ୨ ତାରିଖ ଗାନ୍ଧୀ ଏବଂ ଶାସ୍ତ୍ରୀ ଜୟନ୍ତୀ ପର୍ଯ୍ୟନ୍ତ ‘ସେବାପକ୍ଷ’ ଭାବେ ପାଳନ କରାଯାଉଛି । ଏହି ସେବାପକ୍ଷ ଅବସରରେ ଆଜି ବିଜେପିର ବିଚାର ପ୍ରଣେତା ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଜୀଙ୍କ ଜୟନ୍ତୀକୁ ରାଜ୍ୟ, ଜିଲ୍ଲା ଓ ବୁଥ୍ସ୍ତରରେ ପାଳନ କରାଯିବା ସହ ଦିବ୍ୟାଙ୍ଗ ଏବଂ ଅନ୍ୟାନ୍ୟ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ସମ୍ମାନିତ କରାଯାଇଛି । ଏନେଇ ସ୍ୱଚ୍ଛଭାରତ କାର୍ଯ୍ୟକ୍ରମ ଓ ‘ମାଁ ପାଇଁ ଗଛଟିଏ ଅଭିଯାନ’ ଅନ୍ତର୍ଗତ ବୃକ୍ଷରୋପଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବୁଥରୁ ଆରମ୍ଭ କରି ରାଜ୍ୟସ୍ତର ଓ ଜିଲ୍ଲା ସ୍ତରରେ ପ୍ରତ୍ୟେକ କାର୍ଯ୍ୟକର୍ତା ନିଜ ନିଜ ଅଂଚଳରେ ଉପସ୍ଥିତ ରହି ସଫେଇ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱରରେ ଏବଂ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଭଦ୍ରକରେ ଏବଂ ଉପମୁଖ୍ୟମନ୍ତ୍ରୀ ଶ୍ରୀ କେ.ଭି.ସିଂହଦେଓ ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସ୍ୱଚ୍ଛଭାରତ ଅଭିଯାନ ଓ ‘ମାଁ ପାଇଁ ଗଛଟିଏ ଅଭିଯାନ’ ରେ ଯୋଗ ଦେଇଥିଲେ ।
‘ଏକାତ୍ମ ମାନବ ଦର୍ଶନ’ ହେଉଛି ଆମର ମୂଳ ଆଧାର ଏବଂ ‘ଅନ୍ତ୍ୟୋଦୟ’ ହେଉଛି ସଂକଳ୍ପ । କ୍ଷମତା କେବଳ ଏକ ମାତ୍ର ଲକ୍ଷ୍ୟ ନୁହେଁ, ଜନସେବା ହେଉଛି ମୂଳ ଲକ୍ଷ୍ୟ । ରାଜ୍ୟରେ ବର୍ତମାନ ବିଜେପିର ଡବଲ ଇଂଜିନ ସରକାର । ସଶକ୍ତ ଓ ସ୍ୱାବଲମ୍ବୀ ଓଡିଶା ଗଠନ କରିବା ଆମର ପ୍ରାଥମିକତା । ଓଡିଶାବାସୀଙ୍କ ବିପୁଳ ସମର୍ଥନ କାରଣରୁ ‘ବିକଶିତ ଓଡିଶାର ମୁଳଦୁଆ’ ପଡିସାରିଛି । ୨୦୩୬ ସୁଦ୍ଧା ଓଡିଶା ବିକଶିତ ହେବ ଏବଂ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନରେ ଓଡିଶା ରାଜ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।










