18.1 C
Bhubaneswar
Saturday, December 6, 2025
Homeଓଡିଶାକଂଗ୍ରେସ ସଭ୍ୟଙ୍କ ହଟ୍ଟଗୋଳ: ଗୃହ ସାଢେ ୧୧ଟା ଯାଏଁ ମୁଲତବି

କଂଗ୍ରେସ ସଭ୍ୟଙ୍କ ହଟ୍ଟଗୋଳ: ଗୃହ ସାଢେ ୧୧ଟା ଯାଏଁ ମୁଲତବି

ଭୁବନେଶ୍ୱର: ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ । ଧୋଇ ହୋଇଗଲା ପ୍ରଶ୍ନକାଳ । ବିଧାନସଭା ମୌସୁମୀ ଅଧିବେଶନର ଷଷ୍ଠ ଦିନରେ ମଧ୍ୟ ଚାଲିପାରିଲାନି ଗୃହ । ଏନେଇ ବାଚସ୍ପତି ସୁରମା ପାଢୀ ଗୃହକୁ ସାଢେ ୧୧ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି ।  ପ୍ରଶ୍ନକାଳ ଆରମ୍ଭରୁ ହିଁ କଂଗ୍ରେସ ହୋହଲ୍ଲା କରିଥିଲା । ଗୃହରେ ପ୍ରଶ୍ନକାଳ ୩୦ ମିନିଟ ଧରି ଚାଲିଥିଲା । କୃଷି ବିଭାଗର ପ୍ରଶ୍ନୋତ୍ତର ଚାଲିଥିବା ବେଳେ କଂଗ୍ରେସ ସଭ୍ୟମାନେ ହୋହଲ୍ଲା କରିଥିଲେ । ନାରୀ ସୁରକ୍ଷା, ଗଣତନ୍ତ୍ର ସୁରକ୍ଷା ପ୍ରସଙ୍ଗରେ କଂଗ୍ରେସ ପୋଡିୟମ ତଳକୁ ଆସି ନାରାବାଜି କରିଥିଲା । ବାଚସ୍ପତି  କଂଗ୍ରେସ ସଭ୍ୟଙ୍କୁ ଛିଡା ହୋଇ କାର୍ଯ୍ୟରେ ସହଯୋଗ କରିବାକୁ ଅନୁରୋଧ କରିଥିଲେ ମଧ୍ୟ ଶୁଣିବାକୁ ପ୍ରସ୍ତୁତ ନଥିଲେ । ଆହୁରି ବିଶୃଙ୍ଖଳା ସୃଷ୍ଟି କରିଥିଲେ । ପ୍ରଶ୍ନ କାଳ ସମୟରେ ବ୍ୟାଘାତ ସୃଷ୍ଟି ହୋଇଥିଲା । ଏନେଇ ବାଚସ୍ପତି ସୁରମା ପାଢୀ ଗୃହକୁ ସାଢେ ୧୧ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking