ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରେ ଆଜି ସକାଳେ ୪ଟି ଗେଟ ଖୋଲା କରାଯାଇଛି । ଉପରମୁଣ୍ଡରେ ଜଳପ୍ରବାହ ବଢିବାରୁ ଏଭଳି ପଦକ୍ଷେପ ନିଆଯାଇଛି । ଫଳରେ ଏବେ ୧୨ଟି ଗେଟ ଦେଇ ଜଳ ନିଷ୍କାସନ ହେଉଛି । ଏଥିଭିତରୁ ବାମ ପଟେ ୮ଟି ଓ ଡାହାଣ ପଟେ ୪ଟି ଗେଟ ଖୋଲାଯାଇଛି । ଏଣୁ ଆଜି ସମ୍ବଲପୁରରେ ପ୍ରବଳ ବର୍ଷା ହେଉଛି । ଏହାଫଳରେ ଧନୁପାଲି ଓ ପ୍ରଧାନପଡା ସମେତ ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଛି । ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।










