16.1 C
Bhubaneswar
Thursday, February 5, 2026
Homeଓଡିଶା୮ ବର୍ଷର ଶିଶୁକନ୍ୟାକୁ ବଳାତ୍କାର: ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ

୮ ବର୍ଷର ଶିଶୁକନ୍ୟାକୁ ବଳାତ୍କାର: ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ

ଯାଜପୁର: ଯାଜପୁର ଜିଲ୍ଲା ବରୀ-ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଏକ ୮ ବର୍ଷର ଶିଶୁକନ୍ୟା ବଳାତ୍କାର ମାମଲାର ରାୟ ଶୁଣାଇଛନ୍ତି ଅତିରିକ୍ତ ଜିଲ୍ଲା ଦୌରା ଜଜ ତଥା ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ର ବିଚାରପତି । ସମସ୍ତ ସାକ୍ଷ୍ୟ ଓ ପ୍ରମାଣକୁ ଭିତ୍ତି କରି ମାନ୍ୟବର କୋର୍ଟ ଅଭିଯୁକ୍ତ କାଳିଆ ଅରକ୍ଷିତ ପରିଡା(୫୨)କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏଥିସହ ଅଭିଯୁକ୍ତଠାରୁ ୨ ଲକ୍ଷ ଟଙ୍କା ଜରିମାନା ଆଦାୟ ଲାଗି ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ ପୀଡ଼ିତାକୁ ୫ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶି ଦେବାକୁ ଜିଲ୍ଲା ଆଇନସେବା ପ୍ରାଧିକରଣକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଉଲ୍ଲେଖ ଯୋଗ୍ୟ ଯେ, ଅକ୍ଟୋବର ୨୩, ୨୦୨୪ ମସିହାରେ ନାବାଳିକା ଜଣକ ଖେଳି ସାରି ଘରକୁ ଫେରୁଥିବା ସମୟରେ ଏହି ଘଟଣା ଘଟିଥିଲା। ଅଭିଯୁକ୍ତ ଅରକ୍ଷିତ ନାବାଳିକାକୁ ପ୍ରଲୋଭିତ କରିବା ସହ ଏକ ନିକାଞ୍ଚନ ଜାଗାକୁ ଡାକିନେଇ ବଳାତ୍କାର କରିଥିଲା। ଏହା ସହ ଘଟଣା ସଂକ୍ରାନ୍ତରେ କାହାରିକୁ ନଜଣାଇବାକୁ ମଧ୍ୟ ତାଗିଦ କରିଥିଲା। ଗୁରୁତର ଅବସ୍ଥାରେ ପରିବାର ଲୋକେ ପ୍ରଥମେ ତାଙ୍କୁ ଚିକିତ୍ସା ନିମନ୍ତେ ସ୍ଥାନୀୟ ଡାକ୍ତରଖାନା ଏବଂ ପରବର୍ତ୍ତୀ ସମୟରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ନାବାଳିକା ଜଣକ ଘଟଣା ସଂକ୍ରାନ୍ତରେ ପରିବାର ଲୋକଙ୍କୁ କହିଥିଲେ। ସେହି ଅନୁଯାୟୀ, ବରୀ ରାମଚନ୍ଦ୍ରପୁର ଥାନାରେ ଅକ୍ଟୋବର ୨୪ , ୨୦୨୪ ରେ ପରିବାର ତରଫରୁ ଏତଲା ଦିଆଯାଇଥିଲା।

ଉଲ୍ଲେଖ ଯୋଗ୍ୟ ଯେ, ସେହିଦିନ ଘୂର୍ଣ୍ଣିଝଡ଼ “ଦାନା” ଓଡ଼ିଶାର ସ୍ଥଳଭାଗ ଛୁଇଁଥିଲା। ପ୍ରତିକୂଳ ପାଗ, ପରିସ୍ଥିତି ଏବଂ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟରେ ନିୟୋଜିତ ହୋଇଥିବା ସତ୍ତ୍ୱେ ତଦନ୍ତକାରୀ ଅଧିକାରୀ, ଇନ୍ସପେକ୍ଟର ସୁମତି ମହାନ୍ତି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଅଭିଯୁକ୍ତଙ୍କୁ କେନ୍ଦ୍ରାପଡାରୁ ଗିରଫ କରିଥିଲେ। ସମସ୍ତ ସାକ୍ଷୀ, ବୟାନ ଏବଂ ପାରିପାର୍ଶ୍ଵିକ ପ୍ରମାଣକୁ ଭିତ୍ତି କରି ଅତିରିକ୍ତ ଜିଲ୍ଲା ଦୌରା ଜଜ ତଥା ସ୍ୱତନ୍ତ୍ର ପୋକ୍ସୋ ବିଚାରପତି ଅଭିଯୁକ୍ତ ଅରକ୍ଷିତକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking