26.1 C
Bhubaneswar
Wednesday, February 4, 2026
Homeଓଡିଶାହାତୀ ଆତଙ୍କ: ଲୋକେ ଭୟଭୀତ 

ହାତୀ ଆତଙ୍କ: ଲୋକେ ଭୟଭୀତ 

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଦୈତାରୀ ବନାଞ୍ଚଳ ବ୍ରାହ୍ମଣୀପାଳ ବଜାରରେ ବୁଲୁଛି ହାତୀ । ବଜାରରେ ବୁଲିବା ସହିତ ଟାଟା କଲୋନୀ ଭିତରେ ମଧ୍ୟ ବୁଲୁଥିବା ଦେଖିବାକୁ ମିଳିଛି । ଦନ୍ତା ହାତୀକୁ ଦେଖି ସାଧାରଣ ଲୋକ ଭୟଭୀତ ଅଛନ୍ତି । ଘଟଣା ସ୍ଥଳରେ ବନକର୍ମଚାରୀ ପହଂଚି ହାତୀ ଘଉଡ଼ାଇଛନ୍ତି । ଦନ୍ତା ହାତୀକୁ ବଜାର ଅଂଚଳରୁ ଘଉଡ଼ାଇ କୁଶେଇ ନଦୀ ପାରି କରି ଜଙ୍ଗଲକୁ ଛାଡ଼ିଛନ୍ତି ବନ କର୍ମଚାରୀ । ହାତୀ ଭୟରେ ଆଜି ସବୁ ଦୋକାନ ବଜାର ବନ୍ଦ ହୋଇଗଲା। ଯାଜପୁର- କେନ୍ଦୁଝର ଜିଲ୍ଲା ସୀମାନ୍ତ ଟାଟାଷ୍ଟିଲ ବ୍ରାହ୍ମଣୀପାଳ ଫେରୋ ଆଲଏଜ କାରଖାନାର ଫାଟକ ଭାଙ୍ଗି କଲୋନିରେ ବୁଲିଥିଲା। କଲୋନି ପଛ ପଟେ ଜଙ୍ଗଲ ପାର ହୋଇ କୁଶଭଦ୍ରା ନଦୀରେ ପଶି ଜଳକ୍ରୀଡ଼ା କରିଥିଲା। ସ୍ଥାନୀୟ ଲୋକେ ଏବେ ହାତୀ ‌ଯୋଗୁଁ ଭୟଭୀତ ଅବସ୍ଥାରେ ଅଛନ୍ତି। ସେମାନେ ଏହି ଦନ୍ତାକୁ ଘଉଡ଼ାଇବା ପାଇଁ ବନ ବିଭାଗକୁ ଅନୁରୋଧ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking