ମୟୂରଭଞ୍ଜ : ଦିନକୁଦିନ ମୟୂରଭଞ୍ଜ ଜିଲ୍ଲାରେ ନିଶା କାରବାର ବଢ଼ି ବଢ଼ି ଚାଲୁଛି । ଯାହା ଯୁବ ସମାଜକୁ କବଳିତ କରିବାରେ ଲାଗିଛି । କେତେବେଳେ ଧଳା ଜହର କାରବାର ହେଉଛି ତ ପୁଣି କେତେବେଳେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଘଟଣା ସାମ୍ନାକୁ ଆସୁଛି। ଏହାରି ଭିତରେ ମୟୂରଭଞ୍ଜ ପୋଲିସକୁ ମିଳିଛି ବଡ଼ ସଫଳତା । ବିପୁଳ ପରିମାଣରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ଗୋଡେଇ ଗୋଡେଇ ଧରିଲା ପୋଲିସ । 49 ନଂ ଜାତୀୟ ରାଜପଥ ଦୁଆରଶୁଣି ଘାଟି ପଟରୁ ଆସୁଥିବା ହୁଣ୍ଡାଇ କ୍ରେଟା OD 05P 3375 ଓ OD 02CZ 1157 ସୁଇପ ଡିଜାର କାରରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ କୌଣସି ସୂତ୍ରରୁ ଖବରପାଇ ଥିଲା ବାଙ୍ଗରିପୋଷି ଥାନା ପୋଲିସ । ତେବେ ସେହି VIP ଦାମୀ କାରଟି ପୋଲିସକୁ ଦେଖି ହଡ଼ବଡେଇ ଯାଇ ଦ୍ରୁତଗତିରେ ଖସି ଯିବାକୁ ଚେଷ୍ଟା କରୁଥିବା ବେଳେ ଘାଟି ରାସ୍ତା ଜାମ ଥିବା ଯୋଗୁଁ ଖସି ପାରି ନ ଥିଲା ।
ଦାମୀ କାର ସହ 6 ଜଣଙ୍କ ଉପରେ ମାଡି ବସିଥିଲା ପୋଲିସ। ତେବେ କାର ଭିତରେ ଥିବା ଦୁଇ ଜଣ ହେଉଛନ୍ତି କଟକ ଜିଲ୍ଲା ମାନିଆବନ୍ଧ ଥାନା ଅନ୍ତର୍ଗତ କାଶିକିରାଇ ଗ୍ରାମର ସରଙ୍ଗ ଧର ସେଟଙ୍କ ପୁଅ କୁନା ସେଟ ଓ ଅନ୍ୟ ଜଣେ ହେଉଛନ୍ତି ସେହି କଟକ ଜିଲ୍ଲା କାଶିକିରି ଗ୍ରାମର ବଳଭଦ୍ର ପ୍ରଧାନଙ୍କ ପୁଅ ବେଣୁଧର ପ୍ରଧାନ ବୋଲି ପଲିସ ସୂତ୍ରରୁ ମିଳଥିବା ସୂଚନାରୁ ଜଣାପଡିଛି । ବାଙ୍ଗରିପୋଷି ପୋଲିସ ଥାନାକୁ ଆଣି ଅଟକ ରଖି କାର ଯାଞ୍ଚ କରିବାରୁ କାରର ଡିକି ଭିତରୁ ୧୧୦ କି ଗ୍ରାମରୁ ଉର୍ଦ୍ଧ୍ବ ଗଞ୍ଜେଇ ବାହାରି ଥିଲା । ତେବେ ସମ୍ବଲପୁରରୁ ଗଞ୍ଜେଇ ନେଇ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ବେଳେ ମାଡି ବସିଥିଲା ପୋଲିସ । ସମ୍ବଲପୁର, ବରଗଡ଼ ରୁ ପ୍ରତିଦିନ VIP କାରରେ ମୟୂରଭଞ୍ଜ ଜିଲ୍ଲାର 18 ଓ 49 ନଂ ଜାତୀୟ ରାଜପଥ ଦେଇ ପଶ୍ଚିମବଙ୍ଗ , ଝାରଖଣ୍ଡ କୁ ଚାଲାଣ କରାଯାଉଛି ବିପୁଳ ନିଶାଦ୍ରବ୍ୟ କିନ୍ତୁ ପୋଲିସ ଟେର ପାଉନଥିଲା । ତେବେ ପୋଲିସ ୬ ଜଣଙ୍କୁ ଅଟକ ରଖି ତଦନ୍ତଜାରୀ ରଖିଥିବା ଜଣାପଡିଛି ।










