28.1 C
Bhubaneswar
Thursday, February 5, 2026
Homeଓଡିଶାବକ୍ସାଇଟ ଖଣିକୁ ନାଲକୋ ଲିଜ ବାତିଲ କରିବା ପାଇଁ ସେରୁବନ୍ଧ ସୁରକ୍ଷା ସମିତି ପକ୍ଷରୁ ବିଶାଳ...

ବକ୍ସାଇଟ ଖଣିକୁ ନାଲକୋ ଲିଜ ବାତିଲ କରିବା ପାଇଁ ସେରୁବନ୍ଧ ସୁରକ୍ଷା ସମିତି ପକ୍ଷରୁ ବିଶାଳ ଶୋଭାଯାତ୍ରା

କୋରାପୁଟ: ସେରୁବନ୍ଧ ସୁରକ୍ଷା ସମିତି ପକ୍ଷରୁ ଆଜି ପଟ୍ଟାଙ୍ଗି ଓ ସିମିଳିଗୁଡା ବ୍ଲକର ୬୮ ଗ୍ରାମର ଲୋକେ ଆଜି ଏକାଠି ହୋଇ ସେରୁବନ୍ଧ ବକ୍ସାଇଟ ଖଣିକୁ ନାଲକୋ ଲିଜ ବାତିଲ କରିବାପାଇଁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ନାଲକୋ କମ୍ପାନୀ ଗୋ ବେକ,ମରିବୁ ପଛେ ମୁଠାଏ ମାଟି ଛାଡ଼ିବୁ ନାହିଁ ଏମିତି ବିଭିନ୍ନ ନାରାବାଜି ଦେଇ ପଟ୍ଟାଙ୍ଗି ତହସିଲ କାର୍ଯ୍ୟାଳୟରେ ପହଞ୍ଚି ତହସିଲଦାରଙ୍କ ଜରିଆରେ ଏକ ସ୍ମାରକପତ୍ର ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଦେଇଛନ୍ତି।କୋରାପୁଟ ଜିଲ୍ଲା ହେଉଛି ପଞ୍ଚମ ଅନୁସୂଚିତ ଅଞ୍ଚଳ ।ଏଠାରେ ଶତକଡା ୯୦ ଭାଗ ଲୋକ ଚାଷ କାର୍ଯ୍ୟ କରି ନିଜର କୁଟୁମ୍ବ ଭରଣ ପୋଷଣ କରିଥାନ୍ତି।ସେରୁବନ୍ଧ ପର୍ବତ ଖଣି ଖନନ କଲେ ଆମ ଲୋକ ମାନେ ସମ୍ପୂର୍ଣ୍ଣ ପ୍ରଭାବିତ ହେବେ । ଜଳ, ଜଙ୍ଗଲ ବିନା ଅଧିବାସୀ ବଞ୍ଚିବା କଷ୍ଟକର । ଖଣି ଖନନ କଲେ ଝରଣା ପାଣି ଶୁଖିଯିବ,ଦୂଷିତ ଜଳ ନିର୍ଗତ ହେବ,ଜାତୀୟ ପଶୁ ପକ୍ଷୀ ବାସହରା ହେବେ,ବନ୍ୟ ଔଷଧ ବୃକ୍ଷ ଲୋପ ପାଇବ,ଝରଣା ସୁଖିଗଲେ ଚାଷ କରିବାରେ ଅସୁବିଧା ହେବେ ଓ ଚାରିଗୋଟି ପଞ୍ଚୟତବାସୀ ପ୍ରଭାବିତ ହେବେ ବୋଲି ସଙ୍ଘର ସଭାପତି ରବି ଖରା କହିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗି,ପୂର୍ବତନ ବିଧାୟକ ପ୍ରଫୁଲ୍ଲ ପାଙ୍ଗି,ଜିଲ୍ଲା ପରିଷଦ ସଭ୍ୟ ଲଇଛନ ଖରା,ଟିକାଇ ଗେମେଲ, ବ୍ଲକ ଅଧଖ୍ୟା କଳ୍ପନା ପାଙ୍ଗି,ସିମିଳିଗୁଡା ଜିଲ୍ଲା ପରିଷଦ ସଭ୍ୟ ମୋହନ ଯାନୀ, ସେରୁବନ୍ଧ ସୁରକ୍ଷା ସମିତି ସମ୍ପାଦକ ଭଗବାନ ଗଲୋରୀ,ଉପଦେଷ୍ଟା ବୈଦ୍ୱନାଥ ଗେମେଲଙ୍କ ସମେତ ବହୁ ଅଞ୍ଚଳବାସୀ ଉପସ୍ଥିତ ରହି ଘୋର ବିରାଧ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking