25.1 C
Bhubaneswar
Thursday, March 5, 2026
Homeଓଡିଶାବେଆଇନ ଚୋରା ବାଲି ଚାଲାଣ: ୮ ଟ୍ରାକ୍ଟର ଜବତ

ବେଆଇନ ଚୋରା ବାଲି ଚାଲାଣ: ୮ ଟ୍ରାକ୍ଟର ଜବତ

ମୟୂରଭଞ୍ଜ: ଦିନକୁଦିନ ବୃଦ୍ଧି ପାଇବାରେ ଲାଗିଛି ବେଆଇନ ଚୋରା ବାଲି ଚାଲାଣ । ମାଲାମାଲ୍ ହେଉଛନ୍ତି ସଂପୃକ୍ତ ବାଲି ମାଫିଆ । ତେବେ ଏମାନଙ୍କ ପଛରେ ରହିଛି ରାଜନେତାଙ୍କ ଆଶୀର୍ବାଦ ବୋଲି ଆଲୋଚନା ହେଉଛି। ଆଉକେତେକ ସ୍ଥାନରେ ରାଜନେତାମାନେ ହିଁ ବେଆଇନ ଚୋରା ବାଲି, ମୋରମ , ମାଟି ଚାଲାଣର ମଙ୍ଗୁଆଳ ସାଙ୍ଗକୁ ସୂତ୍ରଧର ବୋଲି ହେଉଥିବା ଆଲୋଚନାରୁ ଶୁଣିବାକୁ ମିଳୁଛି। ଏମିତିକି ଥାନାଠୁ ଅଳ୍ପ ଦୂରରେ ଦିନରେ ବିକଟାଳ ଶଦ୍ଦ କରି ଟ୍ରାକ୍ଟରରେ ବେଆଇନ ବାଲି ବୋଝେଇ କରି ଚୋରା ଚାଲାଣ ହେଉଥିଲେ ମଧ୍ୟ ଜାଣି ପାରୁନି ପୋଲିସ। ଏହା ଆଇନକୁ ଆଖିଠାର ନୁହଁ କି ବୋଲି ପ୍ରଶ୍ନ ଉଠାଇ ଆଲୋଚନା ହେଉଥିବା ଲକ୍ଷ୍ୟ କରାଯାଉଛି। ତେବେ ଏହାର ବ୍ୟତିକ୍ରମ ସାଜିଛନ୍ତି ମୟୂରଭଞ୍ଜ ଜିଲ୍ଲା ସୀମାନ୍ତ ଥାନା ଆଇଆଇସି ସୁମିତ କୁମାର ସୋରେନ । ଦାୟିତ୍ଵ ଗ୍ରହଣ କରିଥିବା ଦିନ ଠାରୁ ମୋରଡ଼ା ଥାନା ଅଞ୍ଚଳରେ ବେଆଇନ ବାଲି ଉତ୍ତୋଳନ ସାଙ୍ଗକୁ ଚୋରା ଚାଲାଣ ବହୁଳ ଭାବେ ପ୍ରଭାବିତ ହୋଇଥିବା ଜଣାପଡିଛି ।

ତେବେ ଗତକାଲି ଠେଙ୍ଗାତାଣ୍ଡି ଘାଟରୁ ବେଆଇନ ବାଲି ଉତ୍ତୋଳନ କରୁଥିବାବେଳେ ମୋରଡା ପୁଲିସ ଚଢ଼ଉ କରି ୬ ଟି ଟ୍ରାକ୍ଟର ଜବତ କରିଥିବା ବେଳେ ଆଜି ପୁଣି ଦୁଇଟି ଟ୍ରାକ୍ଟରକୁ ସାନମୁଣ୍ଡାବଣିି ପଞ୍ଚାୟତ ଖୁଣ୍ଟାପାଳ ଘାଟରୁ ଜବତ କରିଥିବା ଜଣାପଡିଛି। ତେବେ ନଦୀ ଭିତରୁ ଗୋଟିଏ ବାଲି ବୋଝେଇ ଟ୍ରାକ୍ଟର ପାଖକୁ ପୋଲିସ ପହଞ୍ଚିବା ପୂର୍ବରୁ ଟ୍ରାକ୍ଟର ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଅନ୍ୟ ଗୋଟିଏ ବାଲି ବୋଝେଇ ଟ୍ରାକ୍ଟର ଖସି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ ଟ୍ରାକ୍ଟରକୁ ପିଛା କରିବାରୁ ଚଳନ୍ତା ଟ୍ରାକ୍ଟରରୁ ଡ୍ରାଇଭର ଡେଇଁପଡି ଫେରାର ହୋଇଯାଇଥିଲେ ବୋଲି ଜଣାପଡିଛି। କିଛି ଦୂରକୁଯାଇ ଟ୍ରାକ୍ଟରଟି ଗୋଟିଏ ସ୍ଥାନରେ ପିଟି ହୋଇ ଅଟକି ଯାଇଥିବା ପୋଲିସ ସୂତ୍ରରୁ ଜଣାଯାଇଛି। ପରେ ଦୁଇଟି ଟ୍ରାକ୍ଟରକୁ ମୋରଡା ପୋଲିସ ଜବତ କରି ଚିତ୍ରଡା ଫାଣ୍ଡିକୁ ଆଣି ମାମଲା ରୁଜୁ କରି ଅଧିକ ତଦନ୍ତ ଜାରୀ ରଖିଛି। ତେବେ ଏହି ଘଟଣାରେ ମୋରଡ଼ା ଥାନା ଆଇଆଇସି ସୁମିତ କୁମାର ସୋରେନଙ୍କୁ ସାଧାରଣରେ ପ୍ରଶଂସା କରାଯାଉଥିବା ଦେଖିବାକୁ ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking