17.1 C
Bhubaneswar
Sunday, December 7, 2025
Homeଦେଶ ବିଦେଶଏହି ଗାଁର ମହିଳାମାନେ ଦେଖିବାକୁ ଅତ୍ୟନ୍ତ ସୁନ୍ଦର!

ଏହି ଗାଁର ମହିଳାମାନେ ଦେଖିବାକୁ ଅତ୍ୟନ୍ତ ସୁନ୍ଦର!

ନୂଆଦିଲ୍ଲୀ: ଆଜିକାଲି ମହିଳାମାନେ ସୁନ୍ଦର ହେବା ପାଇଁ ହଜାର ହଜାର ଟଙ୍କା ଖର୍ଚ୍ଚ କରି ପାର୍ଲର ଯାଆନ୍ତି । ଡାଏଟରେ ରୁହନ୍ତି । କେବଳ ଏତିକି ନୁହେଁ ବିଭିନ୍ନ ଇଞ୍ଜେକ୍ସନ, ମେଡିସିନ ନେଇ ପ୍ଲାଷ୍ଟିକ ସର୍ଜରୀ କରିଥାନ୍ତି, ପରେ ଜୀବନ ହରାଇଥାନ୍ତି  ା କିନ୍ତୁ ଜାଣିଛନ୍ତି କି ପାକିସ୍ତାନରେ ଏପରି ଏକ ଗାଁ ଅଛି ଯେଉଁଠି  ମହିଳାମାନେ ନା ଇଞ୍ଜେକ୍ସନ ନିଅନ୍ତି ନା ପାର୍ଲର ଯାଆନ୍ତି । ସେମାନେ ଯେଉଁଠି ରୁହନ୍ତି,  ପିଲାଙ୍କ ଠାରୁ ବୃଦ୍ଧ ଯାଏଁ ସମସ୍ତେ ବହୁତ ସୁନ୍ଦର ଓ ସେମାନଙ୍କ ତ୍ୱଚାରେ ଚମକ  ଦେଖାଦେଇଥାଏ । ଜଣାପଡିନଥାଏ କିଏ ବୃଦ୍ଧ, କିଏ ଯୁବତୀ ।  ଜାଗାଟି ହେଉଛି ପାକିସ୍ତାନର  ହୁଞ୍ଜା ଭ୍ୟାଲି । ଏଠାକୁ  ଲୋକମାନେ କେବଳ  ମହିଳାଙ୍କ ସୌନ୍ଦର୍ଯ୍ୟ  ଏବଂ  ଜୀବନଶୈଳୀ ଦେଖିବାକୁ ଯାଆନ୍ତି ।  ଏହାଛଡା ଏଠି ରହୁଥିବା ମହିଳାମାନେ  ସେମାନଙ୍କର ଦୀର୍ଘାୟୁ ପାଇଁ  ମଧ୍ୟ ପ୍ରସିଦ୍ଧ । ଏପରି ମନେ ହୁଏ ଯେପରି କେହି କାହା ବୟସ ଅନୁମାନ କରିପାରିବେ ନାହିଁ । ହୁଞ୍ଜା ଉପତ୍ୟକାର ମହିଳାମାନଙ୍କ ସୁନ୍ଦରତା ପଛରେ ବଡ କାରଣ ରହିଛି । ସେମାନଙ୍କ ଜୀବନ ଶୈଳୀ,  ଖାଦ୍ୟପେୟ ଭିନ୍ନ ଧରଣର ।  ବରଫ , ପାହାଡରେ  ରହୁଥିବା ଏହି ମହିଳାମାନେ ପରିଶ୍ରମୀ ମଧ୍ୟ । ସବୁଠୁ ବଡ କଥା ହେଉଛି,  ଏଠାକାର ଲୋକମାନେ ନିଜେ ଚାଷ କରି ଖାଦ୍ୟ ଖାଇଥାନ୍ତି ।  ଯାହା ସେମାନଙ୍କର ସ୍ୱାସ୍ଥ୍ୟ ଓ ବୟସ ଭଲ ରଖେ । ଏହାଛଡା କୁହାଯାଉଛି ଯେ,  ହୁଞ୍ଜା ଉପତ୍ୟକାରେ ରହୁଥିବା ମହିଳାମାନଙ୍କ ଉପରେ ଜେନେଟିକ ପ୍ରଭାବ  ପକାଇଥାଏ । ସେମାନେ  ମାନସିକ ଚାପରୁ ଦୂରରେ ରହିବା ସହିତ ସ୍ୱଚ୍ଛ ବାୟୁ, ଏବଂ ପାଣିରେ ଜୀବନ ଯାପନ କରନ୍ତି ।  ଯାହାକି ସେମାନଙ୍କ ଚେହେରାରେ ପରିବର୍ତ୍ତନ ଆଣିଥାଏ । ସମସ୍ତେ ଯବାନ ଭଳି ଦେଖାଯାଆନ୍ତି । ଆଉ ବୃଦ୍ଧାବସ୍ଥାର ପ୍ରଭାବ ଦେଖାଯାଏ ନାହିଁ   ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking