ନୂଆଦିଲ୍ଲୀ: ଆସନ୍ତା ୨୭ରେ ଓଡିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ମୋଦି । ବ୍ରହ୍ମପୁର ସମାବେଶରେ ଯୋଗ ଦେଇପାରନ୍ତି ପ୍ରଧାନମନ୍ତ୍ରୀ । ସେବା ପକ୍ଷ କାର୍ଯ୍ୟକ୍ରମରେ ଯୋଗଦେବେ ମୋଦି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମଣିପୁର ଗସ୍ତ କରିବେ। ପ୍ରଧାନମନ୍ତ୍ରୀ ପ୍ରାୟ ଚାରି ଘଣ୍ଟା ମଣିପୁରରେ ରହିବେ ବୋଲି ଜଣାପଡ଼ିଛି । କୁକି-ଜୋ ଅଧ୍ୟୁଷିତ ଚୁରାଚାନ୍ଦପୁରରୁ ପ୍ରଧାନମନ୍ତ୍ରୀ ତାଙ୍କ ଗସ୍ତ ଆରମ୍ଭ କରିବେ । ସେଠାରେ ଶାନ୍ତି ମଇଦାନରେ ଏକ ଜନସଭାରେ ଭାଷଣ ଦେବେ । ୭ ହଜାର ୩୦୦ କୋଟି ଟଙ୍କାର ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ କରିବେ ।










