21.1 C
Bhubaneswar
Friday, February 6, 2026
Homeଓଡିଶାବ୍ଯାସନଗର ସ୍ବୟଂ ଶାସିତ ମହାବିଦ୍ୟାଳୟରେ ବ୍ୟାସ ବକ୍ତୃତା ମାଳା ଅନୁଷ୍ଠିତ

ବ୍ଯାସନଗର ସ୍ବୟଂ ଶାସିତ ମହାବିଦ୍ୟାଳୟରେ ବ୍ୟାସ ବକ୍ତୃତା ମାଳା ଅନୁଷ୍ଠିତ

ଯାଜପୁର: ଯାଜପୁର ଜିଲ୍ଲା ର ପ୍ରମୁଖ ଗୁl ବ୍ଯାସନଗର ସ୍ବୟଂ ଶାସିତ ମହାବିଦ୍ୟାଳୟ ର ସମ୍ମିଳନୀ କକ୍ଷରେ ଅଜି ଗୁରୁ ବାର ମହାସମାରୋହରେ ବ୍ୟାସ ବକ୍ତୃତାମାଳା ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ପରିଚାଳନା ସମିତି ର ଅଧ୍ୟକ୍ଷ ତଥା କଳିଙ୍ଗ ନଗର ର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଯୁକ୍ତ ସପନ କୁମାର ନନ୍ଦ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରିଥିଲେ। ଉତ୍ସବର ଆରମ୍ଭ ରେ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ବନ୍ଦେ ଉତ୍କଳଜନନୀ ସଙ୍ଗୀତ ଗାନ କରାଯାଇଥିଲା। ଶ୍ରୀ ଯୁକ୍ତ ନନ୍ଦ ସଭାପତିତ୍ବ କରିଥିବା ବେଳେ ବକ୍ତୃତାମାଳାର ସଂଯୋଜକ କ୍ଯାପ୍ଟେନ୍ ପୂର୍ଣ ଚନ୍ଦ୍ର ସ୍ଵାଇଁ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିବା ବେଳେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଯୁକ୍ତ ଶରତ କୁମାର ମଲ୍ଲିକ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଆଜିର କାର୍ଯ୍ୟକ୍ରମ ରେ ଭାରତର ୨ ଜଣ ପ୍ରତିଷ୍ଠିତ ବକ୍ତା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ତଥା ସାହିତ୍ୟିକ ଶ୍ରୀଯୁକ୍ତ ଧନଞ୍ଜୟ ସ୍ବାଇଁ ଏବଂ ପ୍ରଖ୍ୟାତ ବୈଦିକ ପ୍ରବଚକ ସମାଜର ବିଶିଷ୍ଟ ମାର୍ଗଦର୍ଶକ ଶ୍ରୀଯୁକ୍ତ ବିରେନ୍ଦ୍ର କୁମାର ପଣ୍ଡା ଯୋଗଦାନ କରି ନିଜର ବକ୍ତବ୍ୟ ରଖିଥିଲେ। ଶ୍ରୀଯୁକ୍ତ ସ୍ବାଇଁ ” ସ୍ଵପ୍ନ ଦେଖିବା ଜରୁରୀ” ଶୀର୍ଷକ ବିଷୟରେ ନିଜର ସାରଗର୍ଭକ ଅଭିଭାଷଣ ପ୍ରଦାନ କରିଥିଲେ। ସେ ତାଙ୍କ ବକ୍ତବ୍ୟରେ ଯାହା ମଣିଷ କୁ ଶୁଆଇ ଦିଏ ନାହିଁ ତାହା ହିଁ ପ୍ରକୃତରେ ସ୍ଵପ୍ନ ଏବଂ ଛାତ୍ରଛାତ୍ରୀ ମାନେ ସେଇ ସ୍ବପ୍ନ ଯଦି ଦେଖନ୍ତି ତାହେଲେ ସେମାନେ ନିଜେ ପ୍ରତିଷ୍ଠା ଅର୍ଜନ କରିବା ସହିତ ସମାଜ ମଧ୍ୟ ଉପକୃତ ହେବ। ବକ୍ତୃତା ମାଳା ର ଅନ୍ୟତମ ଅତିଥି ତଥା ଦ୍ବିତୀୟ ବକ୍ତା ପଣ୍ଡିତ ପ୍ରବର ଶ୍ରୀ ଯୁକ୍ତ ପଣ୍ଡା ” ଛାତ୍ର ଜୀବନ ଓ ନୈତିକତା” ଶୀର୍ଷକ ବିଷୟରେ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ। ବର୍ତ୍ତମାନ ସମାଜରେ ଯେଉଁ ନୈତିକ ଅଧପତନ ଦେଖାଦେଇଛି ସେଥିରୁ ଏ ସମାଜ କିପରି ରକ୍ଷା ପାଇବ ଏବଂ ଛାତ୍ରଛାତ୍ରୀ ମାନେ ଏବିଷୟରେ କି ପଦକ୍ଷେପ ନେଇପାରିବେ ତାହା ଅତି ସୁନ୍ଦର ଭାବରେ ସେ ଆଲୋଚନା କରିଥିଲେ। ସମସ୍ତ ସଭାଗୃହ ଶ୍ରୀ ଯୁକ୍ତ ପଣ୍ଡାଙ୍କର ଅଭିଭାଷଣ ରେ ମନ୍ତ୍ରମୁଗ୍ଧ ହୋଇଯାଇଥିଲା।

ବକ୍ତା ଦ୍ବୟଙ୍କର ଅଭିଭାଷଣ ପରେ ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉଭୟ ବକ୍ତା ଅତିସୁନ୍ଦର ଭାବରେ ସମସ୍ତ ପ୍ରଶ୍ନର ଉତ୍ତର ଦେଇ ଶ୍ରୋତା ମାନଙ୍କର ସନ୍ଦେହ ମୋଚନ କରିଥିଲେ। କାର୍ଯ୍ୟକ୍ରମ ର ଅନ୍ତିମ ସୋପାନ ରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ଯୁକ୍ତ ମଲ୍ଲିକ ଉଭୟ ବକ୍ତା ଙ୍କୁ ଅଙ୍ଗ ବସ୍ତ୍ର ,ମୋମେଣ୍ଟୋ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ ଏବଂ ଅତିଥି ମାନଙ୍କ ଦ୍ଵାରା ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ମେଡାଲ ଓ ପ୍ରମାଣପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ଶେଷରେ ସହ ସଂଯୋଜିକା ଡଃ ପ୍ରଜ୍ଞା ପ୍ରବର୍ତ୍ତୀକା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବ୍ଯାସନଗର ଅଞ୍ଚଳ ର ଶତାଧିକ ଜ୍ଞାନି ଗୁଣି ଶ୍ରୋତା, ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ, ସାମ୍ବାଦିକ ଗଣ,ଏନ୍ ସି ସି କ୍ୟାଡେଟ ଓ ପାଞ୍ଚ ଶହରୁ ଅଧିକ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ। କାର୍ଯ୍ୟକ୍ରମ କୁ ପରିଚାଳନା କରିବାରେ ବକ୍ତୃତା ମାଳାର ସଦସ୍ୟା ଅଧ୍ୟାପିକା ପ୍ରଭାସିନୀ ଗୁଇ , ଡଃ ହିମାଦ୍ରୀତନୟା ଜେନା, ଅଧ୍ୟାପକ ତନ୍ମୟ କୁମାର ପୃଷ୍ଟି ଓ କୃଷ୍ଣ ଚନ୍ଦ୍ର ମିଶ୍ର ପ୍ରମୁଖ ସହଯୋଗ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking