35.1 C
Bhubaneswar
Tuesday, May 26, 2026
Homeଓଡିଶାଝାରସୁଗୁଡ଼ା କିର୍ମିରା ପାକ୍ସ ସମ୍ପାଦକ ନିଲମ୍ବିତ

ଝାରସୁଗୁଡ଼ା କିର୍ମିରା ପାକ୍ସ ସମ୍ପାଦକ ନିଲମ୍ବିତ

ଭୁବନେଶ୍ୱର: ସାର କଳାବଜାରୀ ବିରୁଦ୍ଧରେ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ବେଆଇନ ସାର କାରବାର ଅଭିଯୋଗରେ କିର୍ମିରା ପାକ୍ସ ସମ୍ପାଦକ ବୁଦ୍ଧଦେବ ସାହୁଙ୍କୁ ସମବାୟ ବିଭାଗ ପକ୍ଷରୁ ଆଜି କାର୍ଯ୍ୟରୁ ନିଲମ୍ବନ କରାଯାଇଛି । ୨୬ ବସ୍ତା ୟୁରିଆ ସାର ବେଆଇନ ଭାବେ ବିକ୍ରି କରୁଥିବା ସମୟରେ ସେ ଧରା ପଡ଼ିଥିଲେ । ନିଲମ୍ବନ ସମୟରେ ସମ୍ବଲପୁର ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଲଇକେରା ଶାଖା କାର୍ଯ୍ୟାଳୟରେ ତାଙ୍କର ମୁଖ୍ୟାଳୟ (ହେଡ୍ କ୍ଵାର୍ଟର୍) ସ୍ଥିର କରାଯାଇଛି । ନିଲମ୍ବନ ଆଦେଶ ବଳବତ୍ତର ରହିବା ପର୍ଯ୍ୟନ୍ତ ବିନା ଅନୁମତିରେ ସେ ମୁଖ୍ୟାଳୟ ଛାଡ଼ିପାରିବେ ନାହିଁ ।ସୂଚନାଯୋଗ୍ୟ, ସାର କଳାବଜାରୀ ସମ୍ପର୍କରେ କିର୍ମିରା ପାକ୍ସ ସମ୍ପାଦକଙ୍କ ବିରୁଦ୍ଧରେ ସ୍ଥାନୀୟ କୃଷକ ଅଭିଯୋଗ କରିବା ପରେ କିର୍ମିରା ତହସିଲଦାର, ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, କିର୍ମିରା ବ୍ଲକ୍ କୃଷି ଅଧିକାରୀ, କିର୍ମିରା ସାର ନିରୀକ୍ଷକ ମିଳିତ ଭାବେ ଚଢ଼ଉ କରିଥିଲେ । ୨୬ ବସ୍ତା ୟୁରିଆ ସାର ପିକ୍ ଅପ୍ ଭ୍ୟାନରେ ଲୋଡ୍ କରୁଥିବା ସମୟରେ ସେ ଧରା ପଡ଼ିଥିଲେ । ସାର କଳାବଜାରୀ ଅଭିଯୋଗରେ ଆଜି ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି । ଏଭଳି ଅନିୟମିତତାରେ ଲିପ୍ତ ରହିଲେ ତୁରନ୍ତ କାର୍ଯ୍ୟାନୁଷ୍ଠନ ଗ୍ରହଣ କରିବା ପାଇଁ ସମବାୟ ବିଭାଗ ପକ୍ଷରୁ କ୍ଷେତ୍ର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଚାଷୀଙ୍କ ମଙ୍ଗଳ ପାଇଁ ସରକାର ପ୍ରତିବଦ୍ଧ ଅଛନ୍ତି । ସୁଲଭ ଦରରେ ସାର ଯୋଗାଇ ଦେବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି । ସାର କଳାବଜାରୀ ରୋକିବା ପାଇଁ ଏନଫୋର୍ସମେଣ୍ଟ ଟିମ୍ ସମଗ୍ର ରାଜ୍ୟରେ ଚଢ଼ଉ ଜାରି ରଖିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking