ସୁନ୍ଦରଗଡ: ସୁନ୍ଦରଗଡରୁ ସାମ୍ନାକୁ ଆସିଛି ଏକ ଅଭାବନୀୟ ଘଟଣା । ସାମାନ୍ୟ ଯୁକ୍ତି ତର୍କ ଭିତରେ ପୁଅର ଚାପୁଡା ମାଡରେ ମାଆର ଦୁଃଖଦ ମୃତ୍ୟୁ ଘଟିଛି । ହେମଗିରି ଥାନା ଅନ୍ତର୍ଗତ ବନ୍ଧପାଲି ଗ୍ରାମରେ ଘଟିଛି ଏହି ଅଭାବନୀୟ ଘଟଣା । ଘଟଣା ସମ୍ପର୍କରେ ପୋଲିସ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ଲୁଚିଥିବା ପୁଅକୁ ଗିରଫ କରିଛି । ଶବ ବ୍ୟବଚ୍ଛେଦ କରିବା ସହ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଗିରଫ କରିଥିବା ପୁଅକୁ ପଚରାଉଚରା କରୁଛିି ।










