ସମ୍ବଲପୁର : ହୀରାକୁଦ ଡ୍ୟାମର ଆଉ ୪ଟି ଗେଟ ଖୋଲାହେଲା । ମୋଟ ୧୦ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସନ ହେବ । ଅନ୍ୟପଟେ, କୌଣସି ନଦୀରେ ବନ୍ୟା ନାହିଁ କହିଲେ ସର୍ବୋଚ୍ଚ ଯନ୍ତ୍ରୀ । ଆଖୁଆପଦାରେ ବୈତରଣୀ ସତର୍କ ସଂକେତ ଉପରେ ଅଛି । ହେଲେ ଏହା ବିପଦ ସଂକେତକୁ ଯିବନି । ୧୬ ବ୍ଲକ ମୁଖ୍ୟାଳୟରେ ୫୦ ମିମିରୁ ଅଧିକ ବର୍ଷା ହୋଇଛି । ଜଳସ୍ତର ତଳକୁ ରହିଥିବାରୁ ବନ୍ୟାନାହିଁ । ହୀରାକୁଦର ୬ଟି ଗେଟ , ରେଙ୍ଗାଲିରେ ଗୋଟିଏ ଗେଟ ଖୋଲା ଅଛି ।










