25.1 C
Bhubaneswar
Thursday, February 12, 2026
Homeଓଡିଶାମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନବଗଠିତ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନବଗଠିତ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ

ଭୁବନେଶ୍ୱର : ଶ୍ରୀମନ୍ଦିରର ପରିଚାଳନା କମିଟିର ନୂତନ ଭାବେ ମନୋନୀତ ହୋଇଥିବା ସଦସ୍ୟ ମାନେ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଶ୍ରୀମନ୍ଦିର ପରିଚାଳନା ପାଇଁ ନୂତନ କମିଟି ଗଠନ କରିଥିବାରୁ ଧନ୍ୟବାଦ ଅର୍ପଣ କରିଛନ୍ତି। ପରିଚାଳନା କମିଟିର ସଦସ୍ୟମାନେ ମୁଖ୍ୟମନ୍ତ୍ରୀଙ୍କ ସହିତ ମନ୍ଦିର ନୀତିକାନ୍ତି, ପର୍ବପର୍ବାଣୀ କିପରି ଶୃଙ୍ଖଳିତ ଭାବେ ପାଳିତ ହେବ ଏବଂ ପୁରୀ ସହରର ବିକାଶ କିପରି ତ୍ୱରାନ୍ୱିତ ହେବ, ସେ ସମ୍ପର୍କରେ ଆଲୋଚନା କରିଥିଲେ। ମହାପ୍ରଭୁଙ୍କ ସେବା ଓ ମନ୍ଦିର ବିକାଶ କାମରେ ସରକାରଙ୍କ ପକ୍ଷରୁ ସମସ୍ତ ସହଯୋଗ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ ପରିଚାଳନା କମିଟି ସଦସ୍ୟ ମାନଙ୍କୁ କହିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ପୁରୀକୁ ଦେଶର ସର୍ବଶ୍ରେଷ୍ଠ ଧର୍ମୀୟ ଓ ପର୍ଯ୍ୟଟନ ସ୍ଥଳ ଭାବେ ଗଢି ତୋଳିବା ପାଇଁ ସରକାରଙ୍କ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଭକ୍ତ ଓ ପର୍ଯ୍ୟଟକଙ୍କ ପାଇଁ ପୁରୀ ସହରରେ ଅନେକ ସୁବିଧା ଉପଲବ୍ଧ କରାଯିବ। ପରିଚାଳନା କମିଟିର ସଦସ୍ୟ ଶ୍ରୀ କୃଷ୍ଣଚନ୍ଦ୍ର ସାମନ୍ତରାୟ (ସୁଆର ମହାସଭା), ଶ୍ରୀ ରଘୁବୀର ଦାସ (ମଠାଧୀଶ), ଶ୍ରୀ ରାମନାରାୟଣ ଗୋଚ୍ଛିକାର (ପ୍ରତିହାରୀ ନିଯୋଗ), ଶ୍ରୀ ମଧୁସୂଦନ ସିଂହାରୀ (ପୁଷ୍ପାଳକ ନିଯୋଗ) ଏବଂ ଶ୍ରୀ ଜଗନ୍ନାଥ ପୂଜାପଣ୍ଡା ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ।
5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking