ନୂଆଦିଲ୍ଲୀ: ଆଫଗାନିସ୍ତାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୁତ ହୋଇଛି । ଭୁକମ୍ପରେ ୬୨୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଶହରୁ ଅଧିକ ଲୋକ ଆହତ ହୋଇଥିବା ନେଇ ସ୍ପଷ୍ଟ କରିଛି ଆଫଗାନିସ୍ତାନ ଗୃହ ମନ୍ତ୍ରାଳୟ । ୬ ତୀବ୍ରତାର ଝଟକା ଅନୁଭୂତ ହୋଇଛି । ସବୁଠୁ କ୍ଷତିଗ୍ରସ୍ତ କୁନାର ପ୍ରୋଭିନ୍ସ ହୋଇଛି । ପଥରରେ ତିଆରି ଘର ଭୁଷୁଡି ଯାଇଛି । ମୃତାହତଙ୍କ ସଂଖ୍ୟା ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି । ଘଟଣାସ୍ଥଳରେ ଉଦ୍ଧାର ବାହିନୀ ଦଳ ପହଞ୍ଚି ଉଦ୍ଧାର କାଯ୍ୟ ଜାରି ରଖିଛନ୍ତି । ସୂଚନାଥାଉକି, ଅକ୍ଟୋବର ୭, ୨୦୨୩ରେ ଆଫଗାନିସ୍ତାନରେ ୬.୩ ତୀବ୍ରତାର ଭୁମିକମ୍ପ ହୋଇଥିଲା । ଅତି କମରେ ୪ ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା ।










