27.1 C
Bhubaneswar
Monday, February 2, 2026
Homeଓଡିଶାଓଡ଼ିଶା ପୁଣି ଦେଖିଲା ବିଜେପିର 'କପି-ପେଷ୍ଟ' ଶାସନର ଧାରା: ବିଜେଡି

ଓଡ଼ିଶା ପୁଣି ଦେଖିଲା ବିଜେପିର ‘କପି-ପେଷ୍ଟ’ ଶାସନର ଧାରା: ବିଜେଡି

ଭୁବନେଶ୍ୱର: ଓଡ଼ିଶା ପୁଣି ଦେଖିଲା ବିଜେପିର ‘କପି-ପେଷ୍ଟ’ ଶାସନର ଧାରା କହି ତୀବ୍ର ନିନ୍ଦା କରିଛି ବିଜେଡି ।  ୭ଟି ନୂଆ ମ୍ୟୁନିସିପାଲିଟି ଏବଂ ୧୬ଟି ଏନଏସି ଘୋଷଣାକୁ ନେଇ ପ୍ରତିକ୍ରିୟା ଦେଇଛି ବିଜେଡି। କହିଛି ଯେ ସହରୀକରଣର ନୂଆ ଅଭିଯାନ ଅନ୍ତର୍ଗତ ଏନଏସି ଓ ମ୍ୟୁନିସିପାଲିଟି ଘୋଷଣା କଥା ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀ କହୁଥିବା ବେଳେ ବାସ୍ତବରେ ଏଥିରେ କୌଣସି ନୂତନତା ନାହିଁ। ଏଥିରୁ ଅଧିକାଂଶ ଘୋଷଣା ପୂର୍ବରୁ ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବାଧୀନ ବିଜେଡି ସରକାର ସମୟରେ ହୋଇ ସାରିଥିଲା। ଘୋଷଣା ହୋଇଥିବା ୭ଟି ନୂଆ ମ୍ୟୁନିସିପାଲିଟି ମଧ୍ୟରୁ ୪ଟି ବୌଦ୍ଧ, କରଞ୍ଜିଆ, ଆସ୍କା ଏବଂ ଛତ୍ରପୁରକୁ ଶ୍ରୀ ନବୀନ ପଟ୍ଟନାୟକ ଫେବୃଆରୀ ୨୦୨୪ରେ ମାନ୍ୟତା ପ୍ରଦାନ ନେଇ ଘୋଷଣା କରିଥିଲେ।

ସେହିପରି ଘୋଷଣା ହୋଇଥିବା ୧୬ଟି ନୂଆ ଏନଏସି ମଧ୍ୟରୁ ୭ଟି ନବୀନଙ୍କ ୨୦୨୪ରେ ଘୋଷିତ ତାଲିକା ସହିତ ସମାନ। ଏହା ସ୍ପଷ୍ଟ ଦର୍ଶାଉଛି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଘୋଷଣାର ଅଧିକାଂଶ କଥା ନୂଆ ନୁହେଁ, ବରଂ ବିଜେଡି ସରକାର ପ୍ରସ୍ତୁତ କରିଥିବା ବିକାଶ ନକ୍ସାର ‘କପି-ପେଷ୍ଟ’। କିଛି ନୂଆ କରିବାକୁ ସମ୍ପୂର୍ଣ୍ଣ ଅକ୍ଷମ ବିଜେପି ସରକାର। ଏଥିପାଇଁ ନା ଦୂରଦୃଷ୍ଟି ଅଛି, ନା ଦୃଢ଼ ସଂକଳ୍ପ। ବିଜେପି ସରକାରର ‘କପି-ପେଷ୍ଟ’ ନୀତିକୁ ଓଡ଼ିଶାବାସୀ ଭଲ ଭାବେ ବୁଝି ସାରିଲେଣି।

ଓଡ଼ିଶାର ଦ୍ରୁତ ସହରୀକରଣ ଜରୁରୀ ହେଲେ ଆଜିର ଘୋଷଣାରେ ସେଭଳି କୌଣସି ଗୁରୁତ୍ୱପୂର୍ଣ ଦିଗ ଥିଲା ଭଳି ଜଣାପଡୁ ନାହିଁ। ୨୦୨୪ରେ ଘୋଷିତ ତାଲିକାରୁ ଏକାଧିକ ନାଁକୁ ଧାର ଆକାରରେ ଆଣି ନୂଆ ତାଲିକାରେ ସାମିଲ କରିବା ସ୍ପଷ୍ଟ ଭାବେ ଦର୍ଶାଉଛି ବିଜେପି ସରକାର ‘ରି-ବ୍ରାଣ୍ଡିଙ୍ଗ‘ରେ ବିଶ୍ଵାସ କରୁଛି। ପ୍ରଶ୍ନ ଉଠୁଛି, ପ୍ରକୃତ କାର୍ଯ୍ୟ କରିବା ଛାଡି କିଭଳି ଶ୍ରେୟ ନିଆଯାଇ ପାରିବ ସେଥିପ୍ରତି ବିଜେପି ସରକାର ଅଧିକ ଧ୍ୟାନ ଦେଉଛି କି? ଆଜିର ଘୋଷଣାରେ କିଛି ନୂତନତା ନାହିଁ। ଅଧିକାଂଶ ନାଁ ପୂର୍ବ ବିଜେଡି ସରକାର ସମୟରେ ଅନୁମୋଦନ ଲାଭ କରିଥିଲା। ଯାହାକୁ ରାଜନୈତିକ ସ୍ୱାର୍ଥ ପାଇଁ ବିଜେପି ସରକାର ପୁଣି ଥରେ ଘୋଷଣା କରିଛି। ମର୍ମ କଥା ହେଲା – ଓଡ଼ିଶାବାସୀ ପୁଣି ଏକ ‘କପି ପେଷ୍ଟ’ ଅଭିଯାନର ସାକ୍ଷୀ ହୋଇଛନ୍ତି, କୌଣସି ନୂଆ ସହରୀକରଣ ଅଭିଯାନର ନୁହେଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking