34 C
Bhubaneswar
Sunday, July 12, 2026
Homeଅପରାଧପ୍ରେମ ବ୍ୟାପାରକୁ ନେଇ ଆକ୍ରମଣ, ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ

ପ୍ରେମ ବ୍ୟାପାରକୁ ନେଇ ଆକ୍ରମଣ, ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ

ଅନୁଗୁଳ: ପ୍ରେମ ବ୍ୟାପାରକୁ ନେଇ ଆକ୍ରମଣ । ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ । ଅନୁଗୁଳ ଜିଲ୍ଲା ସଦର ଥାନା ଅଞ୍ଚଳରେ ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ ବନ୍ଧ ଉପର ସାହି ଗାଁର ହେମନ୍ତ ବେହେରା । ହେମନ୍ତ କୌଣସି କାମରେ ତଳସାହି ଗାଁର ଏକ ଦୋକାନକୁ ଆସିଥିଲେ। ସେହି ସମୟରେ ପୂର୍ବରୁ ଯୋଜନା କରି ରହିଥିବା ୪ ରୁ ୫ଜଣ ଦୁର୍ବୃତ୍ତ ତାଙ୍କ ଉପରକୁ ଆକ୍ରମଣ କରିଥିଲେ । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି । ସୂଚନାନୁଯାୟୀ, ହେମନ୍ତଙ୍କ ଝିଆରୀକୁ କିଛି ଯୁବକ ହଇରାଣ କରୁଥିଲେ । ଏହାକୁ ବିରୋଧ କରିଥିଲେ ହେମନ୍ତ । ଏଥିରେ ରାଗିଯାଇ ହେମନ୍ତଙ୍କୁ ଆକ୍ରମଣ କରିଥିଲେ ଦୁର୍ବୃତ୍ତ । ଏହି ଘଟଣା ଅନୁଗୁଳ ସଦର ଥାନା ଅଞ୍ଚଳରେ ଘଟିଥିବା ବେଳେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ମୃତକଙ୍କ ପରିଚୟ ବନ୍ଧ ଉପର ସାହି ଗାଁର ହେମନ୍ତ ବେହେରା ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ, ହେମନ୍ତ କୌଣସି ଏକ କାମରେ ତଳସାହି ଗାଁର ଏକ ଦୋକାନକୁ ଆସିଥିଲେ । ସେହି ସମୟରେ ପୂର୍ବରୁ ଯୋଜନା କରି ଲୁଚି ରହିଥିବା ୪ ରୁ ୫ ଜଣ ଦୁର୍ବୃତ୍ତ ହଠାତ୍ ତାଙ୍କ ଉପରେ ଆକ୍ରମଣ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking