ବ୍ରହ୍ମପୁର: ବ୍ରହ୍ମପୁରରୁ ସାମ୍ନାକୁ ଆସିଛି ଏକ ମର୍ମାନ୍ତୁଦ ଦୁର୍ଘଟଣାର ଖବର । ଭ୍ୟାନ୍ ଧକ୍କାରେ ୨ ବାଇକ୍ ଆରୋହୀ ଯୁବକଙ୍କ ମୃତ୍ୟୁ ଘଟିଛି । ସଦର ଥାନା ବାଇଗଣବାଡି ଛକରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଦୁଇ ମୃତକଙ୍କ ପରିଚୟ ମିଳିପାରିନଥିବା ବେଳେ ପାଟପୁର ଥାନା ଖଲିଙ୍ଗି ଗାଁର ବାସିନ୍ଦା ହୋଇଥିବା ନେଇ ମିଳିଛି ସୂଚନା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।










