28.1 C
Bhubaneswar
Sunday, March 29, 2026
Homeଓଡିଶାପୁରୀରେ ବୁଲିଲା ଖଣ୍ଡା: ୩ ଗିରଫ

ପୁରୀରେ ବୁଲିଲା ଖଣ୍ଡା: ୩ ଗିରଫ

ପୁରୀ: ପୁରୀ ଶରଧାବାଲି ଘଟିଛି ଅଭାବନୀୟ ଘଟଣା। ଗଣେଶ ପୂଜାରେ ପୁରୀରେ ବୁଲିଲା ଖଣ୍ଡା । ଦିନ ଦ୍ବିପ୍ରହରରେ ଖଣ୍ଡା ବୁଲାଇ ଆତଙ୍କ ରଚିଲେ ଦୁର୍ବୃତ୍ତ । ଖବର ପାଇ କୁମ୍ଭାରପଡ଼ା ଥାନା ଆଇଆଇସି ସୁଶାନ୍ତ ସାହୁ, ଏଏସ୍ଆଇ ଅଜିତ ବିଶ୍ବାଳ ଓ କନେଷ୍ଟବଳ ଅଭିଜିତ ପଟ୍ଟନାୟକ ପ୍ରମୁଖ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଶେଷରେ ଖଣ୍ଡିଆବନ୍ଧ ଓ ମୁକୁନ୍ଦ ମିଶ୍ର ନଗରରୁ ତିନି ଜଣ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇଛନ୍ତି। ସେମାନଙ୍କ ଠାରୁ ପୁଲିସ ଦୁଇଟି ଖଣ୍ଡା ଏବଂ ଏକ ପଲସର ବାଇକ୍‌ ଜବତ କରିଛି। ଏ ସଂକ୍ରାନ୍ତରେ ସୌମ୍ୟରଞ୍ଜନ ପାତ୍ର କୁମ୍ଭାରପଡ଼ା ଥାନାରେ ଅଭିଯୋଗ କରିବାରୁ ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ ଅଟକ ରଖିଛି।

ସୂଚନାଯୋଗ୍ୟ, ପୁରୀ ଶରଧାବାଲି ନିକଟରେ ବୁଧୁବାର ଦିନ ଦ୍ବିପ୍ରହରରେ ସୌମ୍ୟ ରଞ୍ଜନ ପାତ୍ରଙ୍କ ଖଜା ଦୋକାନକୁ ଦୁର୍ବୃତ୍ତମାନେ ଖଣ୍ଡାରେ ଆକ୍ରମଣ କରିଥିଲେ । ୩ ଜଣ ଦୁର୍ବୃତ୍ତ ଏଭଳି କାଣ୍ଡ ଘଟାଇଛନ୍ତି ବୋଲି ଅଭିଯୋଗ କରିଥିଲେ ଦୋକାନୀ । ସୌମ୍ୟଙ୍କ ଅଭିଯୋଗ ମୁତାବକ ସେ ଦୋକାନରେ ନଥିବା ବେଳେ ଏହି ତିନି ଜଣ ଦୁର୍ବୃତ୍ତ ଆସି ତାଙ୍କ ସାନ ଭାଇଙ୍କ ନାଁ ନେଇ ଖୋଜିଥିଲେ । ସେଠାରେ ଥିବା ଦୋକାନ କର୍ମଚାରୀ ଭୟଭୀତ ହୋଇ ସ୍ଥାନ ଛାଡ଼ି ପଳାଇଥିଲେ । ରାଗରେ ଦୋକାନକୁ ଏଠି ସେଠି ହାଣି ପକାଇଥିଲେ ୩ ଦୁର୍ବୃତ୍ତ । ଦୋକାନରୁ ୫ ହଜାର ଟଙ୍କା ମଧ୍ୟ ନେଇ ଯାଇଥିଲେ ଦୁର୍ବୃତ୍ତ । ବୁଧବାର ସକାଳେ ଆଖଣ୍ଡଳମଣି ମନ୍ଦିରରେ ଗଣେଶ ପୂଜା ପୁଷ୍ପାଞ୍ଜଳିକୁ ନେଇ ସୌମ୍ୟ ସାନ ଭାଇ ସହ ୩ ଜଣଙ୍କର ବଚସା ହୋଇଥିଲା ।

ପୁଲିସ ଦେଇଥିବା ସୂଚନା ଅନୁଯାୟୀ, ସୂଚୀରଞ୍ଜନ ପାତ୍ର ତାଙ୍କ ବାନ୍ଧବୀଙ୍କ ସହିତ ଆଖଣ୍ଡଳମଣୀ ମନ୍ଦିର ପାଖରେ କଥାବାର୍ତ୍ତା ହେଉଥିଲେ। ଏହି ସମୟରେ କେତେକ ଦୁର୍ବୃତ୍ତ ସେଠାରେ ପହଞ୍ଚି ଏହି ପ୍ରେମୀଯୁଗଳଙ୍କୁ କମେଣ୍ଟ୍‌ ମାରିଥିଲେ। ସୂଚୀରଞ୍ଜନ ପ୍ରତିବାଦ କରିବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଅନ୍ୟପଟେ ସୂଚୀରଞ୍ଜନଙ୍କ ଭାଇ ସୌମ୍ୟରଞ୍ଜନ ପାତ୍ରଙ୍କର ଏକ ଖଜା ଦୋକାନ ଶରଧାବାଲି ସମ୍ମୁଖରେ ରହିଛି। ଆଖଣ୍ଡଳମଣୀ ମନ୍ଦିର ନିକଟ ଗଣ୍ଡଗୋଳର ପ୍ରତିଶୋଧ ନେବାକୁ ଯାଇ ମୁକୁନ୍ଦ ମିଶ୍ର ନଗରର ଦୁଇ ଭାଇ ସମ୍ବିତ ମହାନ୍ତି, ଶାଶ୍ବତ ମହାନ୍ତି ଓ ସିଦ୍ଧମହାବୀର ଅଞ୍ଚଳର ବିଷ୍ଣୁ ମହାନ୍ତି ଶରଧାବାଲି ନିକଟକୁ ଏକ ବାଇକ୍‌ରେ ଆସି ସୌମ୍ୟରଞ୍ଜନଙ୍କୁ ଖୋଜିଥିଲେ।

ସେ ବସ୍‌ଷ୍ଟାଣ୍ଡସ୍ଥିତ ଗଣେଶ ପେଣ୍ଡାଲ୍‌ ନିକଟକୁ ଯାଇଥିବାରୁ ଦୁର୍ବୃତ୍ତମାନେ ତାଙ୍କ ଖଜା ଦୋକାନକୁ ଖଣ୍ଡାରେ ହାଣି ଭାଙ୍ଗିଥିଲେ। ଦୋକାନରେ ଥିବା ପ୍ରାୟ ୨୦ ହଜାର ଟଙ୍କାର ଖଜା ନଷ୍ଟ କରିଦେଇଥିଲେ ଏବଂ ୫ ହଜାର ଟଙ୍କା ଲୁଟି ଚମ୍ପଟ ମାରିଥିଲେ। ତେବେ ଦୁର୍ବୃତ୍ତମାନଙ୍କ ଦୌରାତ୍ମ୍ୟରୁ ସୌମ୍ୟରଞ୍ଜନ ବର୍ତ୍ତିଯାଇଥିଲେ। ଖବର ପାଇ କୁମ୍ଭାରପଡ଼ା ଥାନା ପୁଲିସ ତତ୍‌କ୍ଷଣାତ ବିଭିନ୍ନ ସ୍ଥାନରେ ଚଢ଼ଉ କରି ସମ୍ବିତ, ଶାଶ୍ବତ ଓ ବିଷ୍ଣୁକୁ ଧରିବାରେ ସକ୍ଷମ ହୋଇଥିଲେ। ଆସନ୍ତାକାଲି ସେମାନଙ୍କୁ କୋର୍ଟଚାଲାଣ କରାଯିବ ବୋଲି ପୁଲିସ କହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking