22.1 C
Bhubaneswar
Thursday, February 12, 2026
Homeଓଡିଶାସହରରେ ଘଟିଥିବା ବୀଭତ୍ସ ହତ୍ଯାକାଣ୍ଡକୁ ନେଇ ଥାନା ଘେରାଉ

ସହରରେ ଘଟିଥିବା ବୀଭତ୍ସ ହତ୍ଯାକାଣ୍ଡକୁ ନେଇ ଥାନା ଘେରାଉ

ରାୟଗଡା: ରାୟଗଡା ସହରରେ ଘଟିଥିବା ବିଭତ୍ସ ହତ୍ଯାକାଣ୍ଡ କୁ ନେଇ ସହରରେ ଅଶାନ୍ତକର ପରିବେଶ ସୃଷ୍ଟି ହୋଇଛି। ମୃତକଙ୍କ ପରିବାର କୁ ନ୍ଯାୟ ଦାବିରେ ଆଜି ଶତାଧିକ ଲୋକ ଟାଉନ୍ ଥାନା ଘେରାଉ କରିଛନ୍ତି। ରାସ୍ତା ଅବରୋଧ ହେବା ଫଳରେ ରାୟଗଡା ସହରରୁ ଆନ୍ଧ୍ରପ୍ରଦେଶ ଅଭିମୁଖେ ଯାନବାହନ ଚଳାଚଳ ଠପ୍ ହୋଇଯାଇଛି। ରାସ୍ତା ର ଉଭୟ ପାର୍ଶ୍ବରେ ଏକାଧିକ ଗାଡି ଠିଆ ହୋଇ ରହିଛି। ଗତକାଲି ଅପରାହ୍ନରେ ସହରର ଅଗ୍ନଶମ ବିଭାଗ ପଛପଟ ପଡିଆରେ ଖେଳୁଥିବା ବେଳେ ହରିଜନ ବସ୍ତିର 25ବର୍ଷୀୟ ଯୁବକ ରୋହିତ ଥାପ୍ପା କୁ ପୂର୍ବ ଶତ୍ରୃତାକୁ କେନ୍ଦ୍ରକରି ସଂଗବଧ ଭାବେ ହତ୍ଯା କରାଯାଇଥିଲା। ଏନେଇ ଟାଉନ୍ ଥାନାରେ ପରିବାର ପକ୍ଷରୁ ଏତଲା ଦେବା ପରେ ପୁଲିସ 6 ଜଣକୁ ଅଟକ ରଖି ପଚରାଉଚରା କରୁଛି। ହେଲେ ଏପର୍ଯ୍ଯନ୍ତ ମୁଖ୍ଯ ହତ୍ଯାକାରୀ ଧରା ପଡିନଥିବା ବେଳେ ହତ୍ଯାକାରୀକୁ ଧରିବା ପାଇଁ ପରିବାର ଲୋକେ ଅଡି ବସିଛନ୍ତି। ଅନ୍ଯପଟେ ହତ୍ଯାକାଣ୍ଡ ର 17 ଘଣ୍ଟା ବିତି ଯାଇଥିଲେ ସୁଦ୍ଧା ଶବ ବ୍ଯବଛେଦ ହୋଇନି। ଅଭିଯୁକ୍ତ ମାନଙ୍କୁ ନଧରିବା ପର୍ଯ୍ଯନ୍ତ ଶବ ବ୍ଯବଛେଦ କରିବାକୁ ଦିଆଯିବ ନାହିଁ ବୋଲି ପରିବାର ଲୋକେ କହିଛନ୍ତି। ଅନ୍ଯପଟେ ହତ୍ଯାକାରୀ ଙ୍କୁ ଖୁବଶୀଘ୍ର ଧରାଯିବ ବୋଲି ରାୟଗଡା ଏସଡିପିଓ ସୂଚନା ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking