34.1 C
Bhubaneswar
Sunday, March 29, 2026
Homeଦେଶ ବିଦେଶ'ବିବାହିତା ମହିଳାଙ୍କ ସହ ସମ୍ପର୍କକୁ ଦୁଷ୍କର୍ମ କୁହାଯାଇପାରିବ ନାହିଁ'

‘ବିବାହିତା ମହିଳାଙ୍କ ସହ ସମ୍ପର୍କକୁ ଦୁଷ୍କର୍ମ କୁହାଯାଇପାରିବ ନାହିଁ’

ହରିୟାଣା: ପଞ୍ଜାବ ଓ ହରିୟାଣା ହାଇକୋର୍ଟଙ୍କ ମତ ହେଉଛି, ଯଦି କୌଣସି ବିବାହିତା ମହିଳା ଜଣେ ପୁରୁଷଙ୍କ ମିଛ ବିବାହ ପ୍ରତିଶ୍ରୁତି ଶୁଣି ତାଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ କରନ୍ତି, ତେବେ ଏହାକୁ ଦୁଷ୍କର୍ମ କୁହାଯାଇପାରିବ ନାହିଁ। କୋର୍ଟ ଏହାକୁ ଅନୈତିକତା ଏବଂ ବିବାହ ସଂସ୍ଥାର ଅବହେଳା ବୋଲି ବର୍ଣ୍ଣନା କରିଛନ୍ତି, କିନ୍ତୁ ଏହା ଆଇନଗତ ଅପରାଧ ନୁହେଁ। ବାର ଆଣ୍ଡ ବେଞ୍ଚରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଏହି ରାୟ ଜଷ୍ଟିସ ଶାଲିନୀ ସିଂହ ନାଗପାଲ ଏକ ମାମଲାର ଶୁଣାଣି କରି ପ୍ରଦାନ କରିଛନ୍ତି । ଏହି ମାମଲାରେ ଜଣେ ବିବାହିତା ମହିଳା ଜଣେ ବ୍ୟକ୍ତିଙ୍କ ବିରୁଦ୍ଧରେ ବିବାହର ମିଛ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ସ୍ଥାପନ କରିଥିବାର ଅଭିଯୋଗ ଆଣିଥିଲେ। ନିମ୍ନ ଅଦାଲତ ଅଭିଯୁକ୍ତଙ୍କୁ ୯ ବର୍ଷ ଜେଲ୍‌ ଦଣ୍ଡାଦେଶ ଦେଇଥିଲେ। କିନ୍ତୁ ହାଇକୋର୍ଟ ଏହି ରାୟକୁ ରଦ୍ଦ କରିଦେଇଛନ୍ତି। ଜଷ୍ଟିସ ଶାଲିନୀ ସିଂହ ନାଗପାଲ ଏହାକୁ କେବଳ ବ୍ୟଭିଚାର, ଅନୈତିକତା ଏବଂ ବିବାହ ସଂସ୍ଥାର ଅବହେଳା ଦ୍ୱାରା କରାଯାଇଥିବା ଅବମାନନା ବୋଲି ବର୍ଣ୍ଣନା କରିଛନ୍ତି। ଏହା ଦୁଷ୍କର୍ମ ମାମଲା ନୁହେଁ ବୋଲି ହାଇକୋର୍ଟ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking