21.1 C
Bhubaneswar
Friday, February 6, 2026
Homeଦେଶ ବିଦେଶସ୍ତ୍ରୀକୁ ଜିଅନ୍ତା ଜାଳିଦେବାକୁ ସ୍ୱାମୀର ଉଦ୍ୟମ

ସ୍ତ୍ରୀକୁ ଜିଅନ୍ତା ଜାଳିଦେବାକୁ ସ୍ୱାମୀର ଉଦ୍ୟମ

ଉତ୍ତରପ୍ରଦେଶ: ଉତ୍ତର ପ୍ରଦେଶର ଆମରୋହାରୁ ସାମ୍ନାକୁ ଆସିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା। ସ୍ତ୍ରୀ ଦେହରେ ନିଆଁ ଲଗାଇ ଜିଅନ୍ତା ଜାଳି ମାରିଦେବାକୁ ସ୍ୱାମୀର ଉଦ୍ୟମ। ସ୍ୱାମୀ ଜଣକ ଜଣେ ପୋଲିସ କନଷ୍ଟେବଳ। ଛୁଟିରେ ଘରକୁ ଆସିଥିବା ଜଣେ ୟୁପି ପୋଲିସ କନଷ୍ଟେବଳ ତାଙ୍କ ପତ୍ନୀଙ୍କୁ ଜୀବନ୍ତ ଜାଳି ହତ୍ୟା କରିବାକୁ ଚେଷ୍ଟା କରିଥିଲେ। ପତ୍ନୀ ପାରୁଲଙ୍କୁ ଗୁରୁତର ଅବସ୍ଥାରେ ଉଚ୍ଚ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଥିଲା। ଏହା ପରେ ମହିଳାଙ୍କୁ ଦିଲ୍ଲୀର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ମହିଳା ଜଣକ ହସ୍ପିଟାଲରେ ଜୀବନ ମୃତ୍ୟୁ ସହ ଲଢ଼େଇ କରୁଛନ୍ତି।

ମହିଳାଙ୍କ ଭାଇ ଅଭିଯୁକ୍ତ ସ୍ୱାମୀ, ଶାଶୁ ଏବଂ ଶ୍ୱଶୁର ଏବଂ ଅନ୍ୟ ୬ ଜଣଙ୍କ ବିରୁଦ୍ଧରେ ଥାନାରେ ମାମଲା ରୁଜୁ କରିଛନ୍ତି। ଅଭିଯୋଗ ହୋଇଛି ଯେ ଶ୍ୱଶୁର ଘର ଲୋକେ ଯୌତୁକ ଦାବିରେ ତାଙ୍କ ଭଉଣୀଙ୍କ ଦେହରେ ନିଆଁ ଲଗାଇ ହତ୍ୟା କରିବାକୁ ଚେଷ୍ଟା କରିଛନ୍ତି। ସୂଚନା ଅନୁଯାୟୀ, ୟୁପି ପୋଲିସ ହେଡ୍ କନଷ୍ଟେବଲ୍ ଦେବେନ୍ଦ୍ର ତାଙ୍କ ପରିବାର ସହିତ ଆମରୋହାର ଦିଦୌଲି ଥାନାର ନାରଙ୍ଗପୁର ଗାଁରେ ରୁହନ୍ତି। ଦେବେନ୍ଦ୍ରଙ୍କ ପତ୍ନୀ ପାରୁଲର ଜଣେ ନର୍ସ। କିଛି ଦିନ ପୂର୍ବରୁ ଦେବେନ୍ଦ୍ରଙ୍କୁ ବରେଲି ସ୍ଥାନାନ୍ତର କରାଯାଇଥିଲା। ଦେବେନ୍ଦ୍ର ଛୁଟିରେ ଘରକୁ ଆସିଥିଲେ। ଅଭିଯୋଗ ହୋଇଛି ଯେ ମଙ୍ଗଳବାର ଦିନ ଦେବେନ୍ଦ୍ର ତାଙ୍କ ପତ୍ନୀ ପାରୁଲଙ୍କ ଦେହରେ ନିଆଁ ଲଗାଇ ଜିଅନ୍ତା ପୋଡ଼ି ମାରିଦେବାକୁ ଚେଷ୍ଟା କରିଥିଲେ। ଯେଉଁଥିରେ ତାଙ୍କ ପରିବାର ଲୋକ ମଧ୍ୟ ସାମିଲ ଥିଲେ।

ପରେ ମହିଳାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲକୁ ନିଆଯାଇଥିଲା ଯେଉଁଠାରେ ତାଙ୍କ ଅବସ୍ଥା ଦେଖିବା ପରେ ତାଙ୍କୁ ଉଚ୍ଚ କେନ୍ଦ୍ରକୁ ରେଫର କରାଯାଇଥିଲା। ବର୍ତ୍ତମାନ ମହିଳା ଜଣକ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ପୀଡିତାଙ୍କ ମାଆ ଅନିତାଙ୍କ କହିବା କଥା, ତାଙ୍କ ଝିଅ ପୋଡ଼ି ଯାଇଥିବା କଥା ପଡ଼ୋଶୀମାନେ ତାଙ୍କୁ ଜଣାଇଥିଲେ। ଯେତେବେଳେ ତାଙ୍କ ବାପାମାଆ ଘଟଣାସ୍ଥଳରେ ପହଞ୍ଚିଲେ ପାରୁଲ ୯୦ ପ୍ରତିଶତ ପୋଡ଼ିଯାଇ ଯନ୍ତ୍ରଣାରେ ଛଟପଟ ହେଉଥିଲେ। ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବା ପରେ ତାଙ୍କୁ ଦିଲ୍ଲୀ ରେଫର କରାଯାଇଥିଲା। ପାରୁଲ ୧୩ ବର୍ଷ ତଳେ ବିବାହ କରିଥିଲେ। ତାଙ୍କର ଦୁଇଟି ଜାଆଁଳା ସନ୍ତାନ ମଧ୍ୟ ରହିଛି।

ପରିବାର ଲୋକ ଅଭିଯୋଗ କରିଛନ୍ତି ଯେ ତାଙ୍କ ଶ୍ୱଶୁର ଘର ଲୋକେ ତାଙ୍କୁ ସବୁବେଳେ ହଇରାଣ କରୁଥିଲେ ଏବଂ ଆଜି ତାଙ୍କ ଶ୍ୱଶୁର ଘର ଲୋକେ ମିଶି ତାଙ୍କୁ ପୋଡ଼ି ଦେଇଛନ୍ତି। ପୀଡିତାଙ୍କ ଭାଇ କପିଳ ସିଂହ ଅଭିଯୁକ୍ତ କନଷ୍ଟେବଳ ସ୍ୱାମୀ ଦେବେନ୍ଦ୍ର, ଶାଶୁ ଅନିତା, ଶ୍ୱଶୁର ସୋନୁ, ଗଜେଶ, ଜିତେନ୍ଦ୍ର ଏବଂ ସନ୍ତୋଷ ସମେତ ୬ ଜଣଙ୍କ ବିରୁଦ୍ଧରେ ଡିଦୌଲି ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରିଛି, ସମସ୍ତ ଅଭିଯୁକ୍ତ ବର୍ତ୍ତମାନ ଫେରାର୍ ଅଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking