21.1 C
Bhubaneswar
Thursday, February 5, 2026
Homeଓଡିଶାଷ୍ଟେସନ ଛାତ ଭୁଶୁଡିବା ଘଟଣା: ଜଣେ ଆହତ

ଷ୍ଟେସନ ଛାତ ଭୁଶୁଡିବା ଘଟଣା: ଜଣେ ଆହତ

କଟକ: କଟକ ରେଳ ଷ୍ଟେସନରେ ଛାତ ଭୁଶୁଡିବା ଘଟଣା । ଜଣେ ଆହତ ହୋଇଥିବା ନେଇ ମିଳିଛି ସୂଚନା । ଆହତ ଜଣକ ରେଲୱେ ଟେକ୍ନିସିଆନ ହୋଇଥିବା ନେଇ ମିଳିଛି ସୂଚନା । ଆଡିସିନାଲ୍ ଡିଆରଏମ୍ ପି. କେ ବେହେରା ଏନେଇ ସୂଚନା ଦେଇଛନ୍ତି । ଘଟଣା ଅନୁସାରେ, କଟକ ରେଲୱେ ଷ୍ଟେସନରେ ନିର୍ମାଣାଧୀନ ଛାତ ଭୁଶୁଡ଼ି ପଡିଥିଲା। ପ୍ରାୟ ୫୦୦ ମିଟରରରୁ ଅଧିକ ଲମ୍ବ ଛାତ ଭୁଶୁଡ଼ି ପଡ଼ିଥିଲା। ପ୍ଲାଟଫର୍ମ ୧ରେ ନିର୍ମାଣାଧୀନ ଛାତ ଭୁଶୁଡ଼ି ପଡ଼ିଥିଲା। ଉପର ସେଡ୍‌ର କିଛି ଅଂଶ ମଧ୍ୟ ଟ୍ରାକ୍‌ ଉପରେ ପଡ଼ିଥିବା ଜଣାପଡିଥିଲା। ତେବେ ଏନେଇ ପୂର୍ବତଟ ରେଲୱେ ପକ୍ଷରୁ ସୂଚନା ମିଳିଥିଲା ।

ସୂଚନା ଦେଇ ଜଣେ ରେଲୱେ ଅଧିକାରୀ କହିଥିଲେ ଏକ ପୁରୁଣା କାନ୍ଥ ପ୍ଲାଟଫର୍ମ ଉପରକୁ ଭୁଶୁଡି ପଡିଛି । ଉପର ସେଡ୍‌ରେ କିଛି ଅଂଶ ଟ୍ରାକ୍ ଉପରେ ପଡିଛି । ଏହି ଅଘଟଣଟି ଅପରାହ୍ନ ୩ଟା ୪୫ରେ ଘଟିଛି । ଯାହାଫଳରେ ଟ୍ରାକ୍ ୧ ଓ ୨ରେ ଯାତାୟତ ବାଧାପ୍ରାପ୍ତ ହୋଇଛି । କେହି ମୃତାହତ ହୋଇନାହାଁନ୍ତି । ୪୫ ମିନିଟ୍ ଭିତରେ ଠିକ୍ ହୋଇଯିବ । କିନ୍ତୁ ଏବେ ସାମ୍ନାକୁ ଆସିଛି ଏହି ଘଟଣାରେ ଜଣେ ଆହତ ହୋଇଛନ୍ତି । ରେଳବାଇ ପକ୍ଷରୁ କୁହାଯାଇଛି ଯେ, କାମ କରୁଥିବା ଶ୍ରମିକଙ୍କ ଉପସ୍ଥାନ ନିଆଯାଇଛି। ସମସ୍ତ ଶ୍ରମିକ ସୁରକ୍ଷିତ ରହିଛନ୍ତି। ସେହିପରି ସିସିଟିଭି କ୍ୟାମେରାରୁ ଭୁଶୁଡ଼ି ପଡ଼ିଥିବା ଛାତ ଆଡ଼କୁ କେହି ଯାଇ ନଥିବା ଜଣାପଡ଼ିଛି। ତେବେ ଏନେଇ ଅଧିକ ସନ୍ଧାନ ଜାରି ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking