17.1 C
Bhubaneswar
Wednesday, December 10, 2025
Homeଓଡିଶାଚାଷୀ ପଞ୍ଜୀକରଣ ଅବଧି ବଢିବ: ମୁଖ୍ୟମନ୍ତ୍ରୀ

ଚାଷୀ ପଞ୍ଜୀକରଣ ଅବଧି ବଢିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଚାଷୀ ପଞ୍ଜୀକରଣ ଅବଧି ବଢିବା ନେଇ ବଡ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କହିଲେ କେତେ ଦିନ ବଢିବ ଖୁବ୍ ଶୀଘ୍ର ଘୋଷଣା ହେବ । ଆଉ ସପ୍ତାହେ ବଢାଇବାକୁ ପ୍ରସ୍ତାବ ଦେଇଥିଲେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ । ଉପମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବକୁ ଗ୍ରହଣ କରାଯାଇଛି, ଘୋଷଣା ହେବ । ଅନ୍ୟପଟେ ଓୟୁଏଟି ସ୍ଥିତ କୃଷିଶିକ୍ଷା ସଦନଠାରେ ମୁଖ୍ୟମନ୍ତ୍ରୀ ସିଏମ୍ କିଷାନର ତୃତୀୟ କିସ୍ତି ପ୍ରଦାନ କରିଛନ୍ତି । ୫୧ ଲକ୍ଷ ୫୪ ହଜାର ୧୧୫ ଚାଷୀଙ୍କୁ ସିଏମ୍ କିଷାନର ତୃତୀୟ କିସ୍ତି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଚାଷୀଙ୍କ ଖାତାକୁ ଗଲା ୨ ହଜାର ଲେଖାଏଁ ଟଙ୍କା । ମୋଟ ୧ ହଜାର ୪୧ କୋଟି ଟଙ୍କାର ସହାୟତା ରାଶି ଦିଆଯାଇଛି। ଏହି ଯୋଜନାରେ ରାଜ୍ୟ ସରକାର ଦୁଇଟି କିସ୍ତିରେ ୪ହଜାର ଟଙ୍କା ପ୍ରଦାନ କରିଥାନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking