ଭୁବନେଶ୍ୱର: ରାଜ୍ୟର ପ୍ରତି ଜିଲ୍ଲାରେ ବିଜ୍ଞାନ କ୍ଷେତ୍ରରେ ହେବ ପ୍ରୋଜେକ୍ଟ । ଏନେଇ ବିଜ୍ଞାନ ଓ ପ୍ରଯୁକ୍ତବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । ସୂଚନା ଦେଇ କହିଛନ୍ତି ଏବେ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ପ୍ଲାନେଟୋରିୟମ୍ କାମ ଚାଲିଛି । ଅନେକ ଜାଗାରେ କାମ ସରିଆସିଲାଣି, ଖୁବଶୀଘ୍ର ଉଦ୍ଘାଟନ ହେବ । ପ୍ରତି ବର୍ଷ ୩୦ ଜଣ କୁନି ବୈଜ୍ଞାନିକଙ୍କୁ ଇସ୍ରୋ ପଠାଯାଉଛି । ସେମାନେ ସ୍ପେସ୍ ସେଣ୍ଟର ବୁଲି ଜ୍ଞାନ ଆହରଣ କରୁଛନ୍ତି । ଖୁବ୍ଶୀଘ୍ର ଭୁବନେଶ୍ୱର ପ୍ଲାନେଟରିୟମ୍ ପୁନଃରୁଦ୍ଧାର କାର୍ଯ୍ୟ ଆରମ୍ଭ ହେବ । ଅଧିକ ବୈଜ୍ଞାନିକ ସୃଷ୍ଟି କରିବା ସରକାରଙ୍କ ଲକ୍ଷ୍ୟ ।










