32.1 C
Bhubaneswar
Monday, May 4, 2026
Homeଦେଶ ବିଦେଶବୃଦ୍ଧଙ୍କୁ ପିଟି ପିଟି ହତ୍ୟା

ବୃଦ୍ଧଙ୍କୁ ପିଟି ପିଟି ହତ୍ୟା

ଉତ୍ତର ପ୍ରଦେଶ: ଉତ୍ତର ପ୍ରଦେଶରୁ ସାମ୍ନାକୁ ଆସିଛି ଏକ ହୃଦୟ ବିଦାରକ ଘଟଣାଝିଅର ଜନ୍ମଦିନ ପାର୍ଟି କିଛି କ୍ଷଣରେ ଶୋକାକୁଳ ପରିବେଶରେ ପରିଣତ ହୋଇଗଲା, ଯେତେବେଳେ ଜୋରରେ ମ୍ୟୁଜିକ୍ ବଜାଇବାକୁ ନେଇ ହୋଇଥିବା ବିବାଦରେ ତାଙ୍କ ବାପାଙ୍କୁ ପିଟି ପିଟି ହତ୍ୟା କରାଗଲା। ଏହି ହୃଦୟବିଦାରକ ଘଟଣା ମେରଠର ରେଲୱେ ରୋଡ ଥାନା ଅଞ୍ଚଳରେ ଘଟିଛି। ପୁଲିସ ଏହି ମାମଲାରେ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି, ମୁଖ୍ୟ ଅଭିଯୁକ୍ତ ଫେରାର ହୋଇଯାଇଛି । ରେଲୱେ ରୋଡ ଅଞ୍ଚଳରେ ରହୁଥିବା ଅବଦୁଲଙ୍କର ସ୍ପେୟାର ପାର୍ଟସ ଉପରେ ପେଣ୍ଟିଂ କାମ ଥିଲା। ତାଙ୍କ ପରିବାରରେ ଦୁଇ ପୁଅ ଓ ତିନି ଝିଅ ଅଛନ୍ତି। ତାଙ୍କ ଝିଅ ରିମସାର ୧୨ତମ ଜନ୍ମଦିନ ଥିଲା। ରାତି ସମୟରେ ସମସ୍ତେ ଝିଅର ଜନ୍ମଦିନରେ କେକ୍ କାଟୁଥିଲେ। ମ୍ୟୁଜିକ୍ ସହିତ ଡ୍ୟାନ୍ସ ଚାଲିଥିଲା।

ଏହି ସମୟରେ ପଡ଼ୋଶୀ ଅୟୁବ ତାଙ୍କ ପରିବାରର କିଛି ଲୋକ ଓ ସାଙ୍ଗମାନଙ୍କ ସହ ସେଠାକୁ ଆସି ମ୍ୟୁଜିକ୍ ବନ୍ଦ କରିବାକୁ କହିଥିଲା। ପୁଲିସ ସୂଚନା ଅନୁଯାୟୀ, ମ୍ୟୁଜିକ୍ ବନ୍ଦ କରିବାକୁ ନେଇ ଉଭୟ ପକ୍ଷ ମଧ୍ୟରେ କଥା କଟାକଟି ହୋଇଥିଲା। କଥା ଏତେ ବଢ଼ିଗଲା ଯେ ଅୟୁବ ମ୍ୟୁଜିକ୍ ସିଷ୍ଟମକୁ ଭାଙ୍ଗିଦେଇଥିଲା। ଅଭିଯୋଗ ହୋଇଛି ଯେ ଅୟୁବ ଓ ତାଙ୍କ ସାଙ୍ଗମାନେ ଅବଦୁଲଙ୍କୁ ପିଟିବା ଆରମ୍ଭ କରିଥିଲେ। ସେମାନେ ଲାଠିରେ ଆକ୍ରମଣ କରିଥିଲେ। ଚେୟାରରେ ବି ଆଘାତ କରିଥିଲେ । ରକ୍ତାକ୍ତ ହୋଇ ଅବଦୁଲ ଭୂମିରେ ପଡ଼ି ଯାଇଥିଲେ। ହସ୍ପିଟାଲ ନେବା ପରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।

କୁହାଯାଉଛି ଯେ ଏହା ପରେ ଅବଦୁଲଙ୍କ ପରିବାରର ଲୋକେ ଅୟୁବଙ୍କ ଘର ଉପରେ ଆକ୍ରମଣ କରିଥିଲେ। ସେଠାରେ ଉପସ୍ଥିତ ଦୁଇଜଣଙ୍କୁ ଧରି ପିଟିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି କୌଣସି ପ୍ରକାରେ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲେ। ମେରଠର ଏସପି ସିଟି ଆୟୁଷ ବିକ୍ରମ ସିଂହ କହିଛନ୍ତି ଯେ ଘଟଣା ପରେ ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଦୁଇଜଣ ଅଭିଯୁକ୍ତଙ୍କୁ ହେପାଜତରେ ନେଇଛି। ତେବେ ମୁଖ୍ୟ ଅଭିଯୁକ୍ତ ଅୟୁବ ଫେରାର ଅଛି। ତାଙ୍କୁ ଧରିବା ପାଇଁ ପୁଲିସ ଟିମ୍ ନିରନ୍ତର ଚେଷ୍ଟା କରୁଛନ୍ତି। ସେ କହିଛନ୍ତି ଯେ ଦୁଇ ପକ୍ଷ ମଧ୍ୟରେ ଝଗଡ଼ାରୁ ଏହି ଘଟଣା ଘଟିଛି। ଶୀଘ୍ର ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking