ଭୁବନେଶ୍ୱର: ଆପଣଙ୍କ ରୋଷେଇ ଘରେ ମିଳୁଥିବା ମସଲା କେବଳ ଖାଦ୍ୟର ସ୍ୱାଦ ବୃଦ୍ଧି କରେ ନାହିଁ । ବରଂ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ । ପାନମହୁରୀ ଫାଇବର, ଆଣ୍ଟି ଅକ୍ସିଡାଣ୍ଟ, ଭିଟାମିନ ସି, ଆଇରନ ପୋଟାସିୟମ ଏବଂ ମ୍ୟାଗ୍ନେସିୟମ ଭଳି ପୋଷକ ତତ୍ୱରେ ଭରପୁର । ପାନମହୁରୀ ପାଣିରେ ଥିବା ଉପାଦାନଗୁଡିକ ଆପଣଙ୍କ ମେଟାବୋଲିଜିମକୁ ବୃଦ୍ଧି କରି ଅତିରିକ୍ତ କ୍ୟାଲୋରୀ ନଷ୍ଟ କରିବାରେ ସାହାଯ୍ୟ କରେ । ଏହା ସହିତ, ଏହା ଭୋକକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ । ଏହା ପାଚନ ଶକ୍ତି ବୃଦ୍ଧି କରିବାରେ ମଧ୍ୟ ସାହାଯ୍ୟ କରେ । ଏଥିରୁ ମିଳୁଥିବା ଉପାଦାନଗୁଡିକ ଗ୍ୟାସ ଏବଂ ଏସିଡିଟି ଭଳି ସମସ୍ୟାରୁ ମୁକ୍ତି ଦେବାରେ ସାହାଯ୍ୟ କରେ । ପାଟିରୁ ଦୁର୍ଗନ୍ଧ ଦୂର କରିବା ପାଇଁ ଆପଣ ସକାଳ ଖାଲି ପେଟରେ ପାନ ମହୁରୀ ପାଣି ପିଇପାରିବେ । ରାତିରେ ଶୋଇବା ପୂର୍ୱରୁ ଗୋଟିଏ ଗ୍ଲାସ ପାଣିରେ ଦୁଇ ଚାମଚ ପାନ ମହୁରୀ ବୁଡାଇ ଦିଅନ୍ତୁ । ପରଦିନ ସକାଳେ ପାଣିକୁ ଛାଣି ଗରମ କରି ସେବନ କରନ୍ତୁ ।










