21.1 C
Bhubaneswar
Friday, February 6, 2026
Homeଓଡିଶାଲୋକାର୍ପିତ ହେଲା "ବ୍ରେନସ୍ ଆଇକନିକ୍ ଟ୍ରଷ୍ଟ"

ଲୋକାର୍ପିତ ହେଲା “ବ୍ରେନସ୍ ଆଇକନିକ୍ ଟ୍ରଷ୍ଟ”

ଭୁବନେଶ୍ବର: ରାଜ୍ୟରେ ମହିଳା, ଛାତ୍ର ଓ ଶାରିରୀକ ଭିନ୍ନକ୍ଷମଙ୍କୁ ସାମାଜିକ ଓ ଆର୍ଥିକସ୍ତରରେ ସ୍ବାବଲମ୍ବୀ ଓ ଆତ୍ମନିର୍ଭରଶୀଳ କରିବା ପାଇଁ ରାଜ୍ୟବ୍ୟାପୀ କାର୍ଯ୍ୟକରିବ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ବ୍ରେନସ୍ ଆଇକନିକ୍ ଚାରିଟେବୁଲ୍ ଟ୍ରଷ୍ଟ । ଏ ନେଇ ଆଜି ଗୀତଗୋବିନ୍ଦ ସଦନ ଠାରେ ଆନୁଷ୍ଠାନିକ ଭାବେ ଟ୍ରଷ୍ଟର ଲୋଗୋ ଓ ଆଗାମୀ ଦିନର କାର୍ଯ୍ୟପନ୍ଥା ନେଇ ରୋଡମ୍ୟାପ୍ ଲୋକାର୍ପିତ ହୋଇଯାଇଛି।ଟ୍ରଷ୍ଟର ସଭାପତି ଇିଂ ଅଶୋକ କୁମାର ଭୂୟାଁଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ପ୍ରଫେସର ଡାଃ ଅଶୋକ ମହାପାତ୍ର ଯୋଗଦେଇ କହିଥିଲେ ଯେ, ରାଜ୍ୟରେ ଆଦିବାସୀ ଅଞ୍ଚଳରେ ରହୁଥିବା ଭିନ୍ନକ୍ଷମଙ୍କୁ ସ୍ବାବଲମ୍ବୀ କରିବା ପାଇଁ ଟ୍ରଷ୍ଟ ଗ୍ରହଣ କରିଥିବା ମହତ୍ବାକାଂକ୍ଷା ଏକ ନିଶ୍ଚିତ ରୂପେ ସ୍ବାଗତଯୋଗ୍ୟ ପ୍ରୟାସ। ଏଥିପାଇଁ ସମାଜର ସବୁ ବର୍ଗର ଲୋକ ଆଗକୁ ଆସିଲେ ଏହା ସୁଦୂରପ୍ରସାରି ଓ ସଫଳ ହେବ। ଆହୁରି ମଧ୍ୟ ମହିଳାଙ୍କୁ ସ୍ବାବଲମ୍ବୀ କରିବା ପାଇଁ ପ୍ରଥମେ ତାଙ୍କ ଭିତରେ ଥିବା ଅନ୍ତର୍ନିହିତ ଦକ୍ଷତାକୁ ଚିହ୍ନଟ ଓ ବିକାଶ କରିପାରିଲେ ନିଃସନ୍ଦେହରେ ମହିଳାମାନେ ଆତ୍ମନିର୍ଭରଶୀଳ ଓ ସ୍ବାବଲମ୍ବୀ ହୋଇପାରିବେ ବୋଲି ପଦ୍ମଶ୍ରୀ ମହାପାତ୍ର କହିଥିଲେ।

ଉତ୍ସବରେ ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଶିକ୍ଷାବିତ ତଥା ଫକିରମୋହନ ବିଶ୍ଵବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର କୁମରବର ଦାସ ଯୋଗଦେଇ କହିଥିଲେ ଯେ ସମାଜରେ ଶିକ୍ଷା ଓ ଦକ୍ଷତାକୁ ମିଶାଇକରି ଯଦି ମାନବସମ୍ବଳର ସଠିକ୍ ଭାବେ ସଦୁପଯୋଗ କରିପାରିବା ତେବେ ସକ୍ଷମ ଓ ଭିନ୍ନକ୍ଷମ ଭିତରେ ଦୂରତା ରହିବ ନାହିଁ। ସମାଜସେବାକୁ ସ୍ଳୋଗାନରେ ନରଖି ପ୍ରତ୍ୟେକ ବ୍ୟକ୍ତି ଏହାକୁ ଜୀବନର ଅଭିନ୍ନ ଅଙ୍ଗ ଭାବେ ଗ୍ରହଣ କରିବାକୁ ସେ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ୍ ଡା. ବୌରାଗୀ ଚରଣ ପଟ୍ଟନାୟକ ଯୋଗଦେଇ ରାଜ୍ୟର କୋରାପୁଟ, କନ୍ଧମାଳ,ବୌଦ୍ଧ,କେଉଁଝର ଏବଂ ଭଦ୍ରକ ଜିଲ୍ଲାରେ ପାଇଲଟ୍ ପ୍ରୋଜେକ୍ଟ୍ ଭାବେ ଟ୍ରଷ୍ଟ ତା କାମ ଆରମ୍ଭ କରିବ ବୋଲି ସେ ସୂଚନା ଦେଇଛନ୍ତି। ଉତ୍ସବରେ ଅନ୍ୟତମ ସମ୍ମାନୀତଅତିଥି ଭାବେ ବରିଷ୍ଟ ପ୍ରଶାସକ ଡ ଗଣେଶ୍ବର ଜେନା ଯୋଗଦେଇ ଟ୍ରଷ୍ଟର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିବା ସହିତ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ କହିଥିଲେ। ଉତ୍ସବରେ ମୁଖ୍ୟ ଉପଦେଷ୍ଟା ଡ. ଗିରୀଶ ରଞ୍ଜନ ସାହୁ ଅତିଥି ପରିଚୟ ଓ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ। ଶେଷରେ ଅନୁଷ୍ଠାନର ସଭାପତି ଧନ୍ୟବାଦ ଅର୍ପଣ କରିଥିଲେ ଡକ୍ଟର ବିଜୟ କୁମାର ଜେନା। କାର୍ଯ୍ୟକ୍ରମରେ ସମାଜସେବାରେ ଖ୍ୟାତି ଅର୍ଜନ କରିଥିବା ବ୍ୟକ୍ତିମାନଙ୍କୁ ସମ୍ମାନିତ କରାଯାଇଥିଲା। ବିଭିନ୍ନ କ୍ଷେତ୍ରରେ ଶ୍ରୀ ଗଙ୍ଗାଧର ସାହୁ, ଶ୍ରୀ ଶୁଭ୍ରାଂଶୁ ଶେଖର ପଣ୍ଡା, ଶ୍ରୀ ସ୍ମୃତିରଞ୍ଜନ ମୁଦୁଲି, ଶ୍ରୀ ସତ୍ୟବ୍ରତ ମିଶ୍ର ଓ ଶିକ୍ଷା କ୍ଷେତ୍ରରେ ବିପ୍ଳବ ସୃଷ୍ଟି କରିଥିବା ଅନୁଷ୍ଠାନ ଭିବ୍‌ଗିଓର କ୍ଲାସେସ ନିଜର ସମ୍ମାନପତ୍ର ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ବହୁ ସଂଖ୍ୟାରେ ଲୋକ ଯୋଗ ଦେଇ ଉତ୍ସବକୁ ସଫଳ କରାଇଥିଲେ। ଏଭଳି ଏକ ଉଦ୍ୟମ ପାଇଁ ଅନୁଷ୍ଠାନର ସମ୍ପାଦକ ଶ୍ରୀଯୁକ୍ତ ଅଶୋକ କୁମାର ଭୂୟାଁଙ୍କୁ ସମସ୍ତେ ସାଧୁବାଦ ଜଣାଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking