21.1 C
Bhubaneswar
Wednesday, February 4, 2026
Homeଦେଶ ବିଦେଶଭାରତୀୟ ସେନାକୁ ମିଳିବ ୨୦୦ ନୂଆ ହାଲୁକା ହେଲିକପ୍ଟର

ଭାରତୀୟ ସେନାକୁ ମିଳିବ ୨୦୦ ନୂଆ ହାଲୁକା ହେଲିକପ୍ଟର

ନୂଆଦିଲ୍ଲୀ: ଖୁବ୍‌ଶୀଘ୍ର ଭାରତୀୟ ସେନାବାହିନୀ ପୁରୁଣା ଚେତକ୍ ଏବଂ ଚିତା ବର୍ଗର ହେଲିକପ୍ଟରଗୁଡ଼ିକୁ ଅବସର ଦେବାକୁ ଯାଉଛି । ଏସବୁ ପୁରୁଣା ହେଲିକପ୍ଟରଙ୍କ ସ୍ଥାନରେ ଅପେକ୍ଷାକୃତ ହାଲ୍‌କା ଏବଂ ପ୍ରଭାବୀ ହେଲିକପ୍ଟରଗୁଡ଼ିକୁ ଭାରତୀୟ ସେନାରେ ସାମିଲ କରାଯିବ । ରିପୋର୍ଟ ଅନୁସାରେ ଭାରତୀୟ ସ୍ଥଳସେନାକୁ ପ୍ରାୟ ୧୨୦ଟି ନୂଆ ହେଲିକପ୍ଟର ଏବଂ ବାୟୁସେନାକୁ ପ୍ରାୟ ୮୦ଟି ନୂଆ ହେଲିକପ୍ଟର ଯୋଗାଇଦିଆଯିବ । ଏଥିପାଇଁ, ପ୍ରତିରକ୍ଷା ମନ୍ତ୍ରଣାଳୟ ସୂଚନା ପାଇଁ ଏକ ଅନୁରୋଧ (ଆର୍‌ଏଫ୍‌ଆଇ) ଜାରି କରିଛି । ଏହି ନଆ ହେଲିକପ୍ଟରଗୁଡ଼ିକୁ ରିକ୍‌ନେସାନ୍ସ ଏବଂ ନିରୀକ୍ଷଣ ହେଲିକପ୍ଟର (ଆରଏସ୍‌ଏଚ୍‌) ଭାବରେ ବିଭକ୍ତ କରାଯାଇଛି । ଏହି ହେଲିକପ୍ଟରଗୁଡ଼ିକ ଉଭୟ ଦିନ ଏବଂ ରାତି ସମୟ ବ୍ୟତୀତ ଯେକୌଣସି ପ୍ରତିକୂଳ ପରିସ୍ଥିତିରେ ମଧ୍ୟ କାମ କରିପାରିବାର ସାମର୍ଥ୍ୟ ରଖୁଛନ୍ତି । ପ୍ରତିରକ୍ଷା ମନ୍ତ୍ରଣାଳୟ ବୈଷୟିକ ଆବଶ୍ୟକତାକୁ ଚୂଡ଼ାନ୍ତ କରିବା, କ୍ରୟ ପ୍ରକ୍ରିୟା ନିଷ୍ପତ୍ତି ନେବା ଏବଂ ସମ୍ଭାବ୍ୟ ଯୋଗାଣକାରୀଙ୍କୁ ଚିହ୍ନଟ କରିବା ଲକ୍ଷ୍ୟ ରଖିଛି । ଏଥିରେ ହେଲିକପ୍ଟର ନିର୍ମାଣକାରୀ ଭାରତୀୟ କମ୍ପାନୀଙ୍କ ସହ ସହଭାଗୀତାରେ ବିଦେଶୀ କମ୍ପାନୀଗୁଡ଼ିକ (ଓଇଏମ୍‌ଏସ୍‌) ମଧ୍ୟ ସାମିଲ ହୋଇପାରିବେ ବୋଲି କୁହାଯାଉଛି ।

ନୂଆ ହେଲିକପ୍ଟରଗୁଡିକୁ ଶତ୍ରୁଙ୍କ ଉପରେ ନଜର ରଖିବା ଏବଂ ସୂଚନା ସଂଗ୍ରହ କରିବା, ଆବଶ୍ୟକ ସମୟରେ ରାପିଡ୍ ଆକ୍ସନ ଫୋର୍ସର ଯବାନ୍‌ଙ୍କ ଉପାନ୍ତ ଅଞ୍ଚଳକୁ ନେବା ଆଣିବା କରିବାକୁ ବହନ କରିବା, ସ୍ଥଳ ଯୁଦ୍ଧରେ ସାହାଯ୍ୟ କରିବା, ଆହତ ସୈନିକଙ୍କୁ ସ୍ଥାନାନ୍ତର ଏବଂ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ, ଆବଶ୍ୟକ ସମୟରେ ବେସାମରିକ ପ୍ରଶାସନକୁ ସାହାଯ୍ୟ କରିବା ଭଳି କାର୍ଯ୍ୟରେ ମଧ୍ୟ ନିୟୋଜିତ କରାଯାଇପାରିବ । ଏତଦ୍‌ବ୍ୟତୀତ ପ୍ରତିରକ୍ଷା ମନ୍ତ୍ରଣାଳୟ ପ୍ରତିରକ୍ଷା ମନ୍ତ୍ରଣାଳୟ ଅନ୍ୟାନ୍ୟ ପ୍ଲାଟଫର୍ମ ସହିତ ଅଧିକ ଉପଯୋଗୀ ହେଲିକପ୍ଟର କିଣିବାକୁ ମଧ୍ୟ ଯୋଜନା କରୁଛି । ସଂସଦରେ ଉପସ୍ଥାପିତ ପ୍ରତିରକ୍ଷା ବ୍ୟାପାର ସ୍ଥାୟୀ କମିଟିର ରିପୋର୍ଟ ଅନୁଯାୟୀ, ନିମ୍ନସ୍ତରୀୟ ରାଡାର, ହାଲୁକା ଯୁଦ୍ଧ ବିମାନ (ଏଲସିଏ), ମଲ୍ଟି-ରୋଲ୍ ହେଲିକପ୍ଟର ଏବଂ ମଧ୍ୟ ଅକାଶରେ ରିଫ୍ୟୁଏଲ୍ ସାମର୍ଥ୍ୟ ରଖୁଥିବା ବିମାନ ମଧ୍ୟ କିଣାଯିବ । ଏହାବ୍ୟତୀତ, କ୍ୟାବିନେଟ୍ ସୁରକ୍ଷା କମିଟି ସମ୍ପ୍ରତି ହିନ୍ଦୁସ୍ତାନ୍ ଏରୋନଟିକ୍ସ ଲିମିଟେଡ୍ (ଏଚ୍‌ଏଏଲ୍‌) ଠାରୁ ୧୫୬ଟି ହାଲୁକା ଯୁଦ୍ଧ ହେଲିକପ୍ଟର କ୍ରୟକୁ ଅନୁମୋଦନ କରିଛି, ଯାହାର ମୂଲ୍ୟ ୪୫,୦୦୦ କୋଟି ଟଙ୍କାରୁ ଅଧିକ ହେବ ବୋଲି କୁହାଯାଉଛି । ଏହି ହେଲିକପ୍ଟରଗୁଡ଼ିକୁ ଚୀନ୍‌-ପାକିସ୍ତାନ ସୀମାରେ ନିୟୋଜିତ କରାଯିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking