କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା କାଠିଆପଡ଼ା ଯୁବତୀ ମୃତ୍ୟୁ ଘଟଣା। ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନାରେ ଏତଲା କଲେ ମୃତକଙ୍କ ବାପା ଓ ଭାଇ। ମୃତ୍ୟୁର ୪ ଦିନ ପରେ ଏତଲା କରିଛନ୍ତି। କାହାକୁ ଅଭିଯୁକ୍ତ ଦର୍ଶାଇଛନ୍ତି ସ୍ପଷ୍ଟ ହୋଇନି। ନିଜେ ଏସ୍ପି ତଦନ୍ତ କରୁଥିଲା ବେଳେ ଯୁବତୀଙ୍କ ମୃତ୍ୟୁ ନେଇ ସସ୍ପେନ୍ସ ଜାରି। ଯୁବତୀ ଜଳିଗଲେ ନା ତାଙ୍କୁ କିଏ ଜାଳି ଦେଲା ସ୍ପଷ୍ଟ ହୋଇପାରିନି।










