ଭୁବନେଶ୍ୱର: ଅଗଷ୍ଟ ୨୨୫ ସୁଦ୍ଧା ଶକ୍ତିଶ୍ରୀ ସଶକ୍ତୀକରଣ ସେଲ ଖୋଲିବାକୁ ଉଚ୍ଚଶିକ୍ଷା ବିଭାଗର ଚିଠି । ସବୁ ବିଶ୍ୱ ବିଦ୍ୟାଳୟ କୁଳପତିଙ୍କ ସହ ସରକାରୀ ଓ ବେସରକାରୀ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖାଯାଇଛି । ଅଗଷ୍ଟ ୨୦ ସୁଦ୍ଧା ଶକ୍ତିଶ୍ରୀ ସାଥୀ ବାଛିବା ପାଇଁ ପଦକ୍ଷେପ ନେବାକୁ ଉଲ୍ଲେଖ କରାଯାଇଛି । ଅଗଷ୍ଟ ୧୪ ସୁଦ୍ଧା ପ୍ରତି ଶ୍ରେଣୀକୁ ପ୍ରତିନିଧିତ୍ୱ କରୁଥିବା ଜଣେ ଛାତ୍ରୀ ବାଛିବାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରତିନିଧିତ୍ୱ ପାଇଁ ୟୁଜି କିମ୍ବା ପିଜି ଶେଷ ବର୍ଷର ଛାତ୍ରୀ ବାଛିବାକୁ ନିର୍ଦ୍ଦେଶ ଦିଆଯାଇଛି । ୬ ଦିନିଆ ଆତ୍ମରକ୍ଷା ତାଲିମ ଆୟୋଜନ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛିି ।










