ଭୁବନେଶ୍ୱର: ଆସନ୍ତା ୧୪ ତାରିଖ ଯାଏଁ ରାଜ୍ୟ ବିଭିନ୍ନ ଜିଲ୍ଲାରେ ବର୍ଷା ଓ ଘଡଘଡି ସହ ଝଟକା ପବନ ବହିବାର ସମ୍ଭାବନା ରହିଛି । ଆଜି ରାଜ୍ୟର ଅନେକ ଜିଲ୍ଲାକୁ ୟେଲ୍ଲୋ ୱାଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ , ଖୋର୍ଧା , ନୟାଗଡ , ଗଞ୍ଜାମ, ଗଜପତି, ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର , ଦେବଗଡ, ଅନୁଗୁଳ, ଢେଙ୍କାନାଳ , କେନ୍ଦୁଝର , ମୟୁରଭଞ୍ଚ, ସୋନପୁର, ବୌଦ୍ଧ, ନୂଆପଡା , ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡା, କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ ପ୍ରବଳ ବର୍ଷା ଘଡଘଡି ସହ ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ଯାଏଁ ପବନ ବହିବାର ସମ୍ଭାବନା ରହିଛି । ପୁଣି ୧୦ ତାରିଖ ପାଇଁ କିଛି ଜିଲ୍ଲାକୁ ୟେଲ୍ଲୋ ୱାଣ୍ଣିଂ ଜାରି କରି ସତର୍କ ଜାରି କରିଛି ପାଣିପାଗ କେନ୍ଦ୍ର ।










