ପୁରୀ: ପୁରୀରୁ ସମ୍ନାକୁ ଆସିଛି ଏକ ଅଭାବନୀୟ ଘଟଣା । ପାରା ପାଇଁ ଯୁବକଙ୍କୁ ମରଣାତ୍ମକ ଆକ୍ରମଣ ହୋଇଥିବା ନେଇ ସୂଚନା ମିଳିଛି । ବାଲିସାହି ସ୍ଥିତ ବାପୁଜୀ କ୍ଲବ ନିକଟରେ ଘଟିଛି ଏହି ଅଭାବନୀୟ ଘଟଣା । ପୋଷା ପାରାକୁ ତାଙ୍କ ପଡୋଶୀ ବାଜିରେ ପିଟୁଥିଲେ । ପ୍ରତିବାଦ କରିବାରୁ ବଚସା ପରେ ପଡୋଶୀ ଯୁବକଙ୍କୁ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତ ହୋଇଛନ୍ତି । ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।










