21.1 C
Bhubaneswar
Monday, December 8, 2025
Homeଓଡିଶାବନ୍ୟାକୁ ଖାତିର ନକରି ପ୍ରସୂତୀଙ୍କ ପାଖରେ ପହଞ୍ଚିଲେ ଡାକ୍ତର

ବନ୍ୟାକୁ ଖାତିର ନକରି ପ୍ରସୂତୀଙ୍କ ପାଖରେ ପହଞ୍ଚିଲେ ଡାକ୍ତର

କେନ୍ଦ୍ରାପଡା: ଡାକ୍ତର  ଦେଖାଇଲେ  ମାନବିକତା । ବନ୍ୟା ପାଣିରୁ ଗର୍ଭବତୀ ମହିଳାଙ୍କୁ ଟ୍ରଲିରେ ଆଣି ଚିକିତ୍ସା କଲେ  ଡାକ୍ତର ନିଜେ ।  ଏଭଳି ଘଟଣା କେନ୍ଦ୍ରାପଡା ଜିଲ୍ଲା ରାଜନଗରରୁ ଆସିଛି । ବନ୍ୟାକୁ ଖାତିର ନକରି ମାନବିକତା  ଦେଖାଇଛନ୍ତି,  ରାଜନଗର ମେଡିକାଲ ଅଫିସର ଡାକ୍ତର ରଶ୍ମି ରଞ୍ଜନ ମହାନ୍ତି । ବ୍ରାହ୍ମଣୀରେ ବନ୍ୟା ଆସିବା ଯୋଗୁଁ ତଳିଆ ଅଞ୍ଚଳରେ  ପାଣି ପଶି ଅନେକ ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।  ରାଜନଗର ବ୍ଲକର ଚକିବାଙ୍ଗ ଗାଁର ସଂଘମିତ୍ରା ରାଉତ ଗର୍ଭ ଯନ୍ତ୍ରଣା ପାଉଥିଲେ । ବନ୍ୟା ଯୋଗୁଁ  ଆମ୍ବୁଲାନ୍ସ ତାଙ୍କ ଘର ନିକଟରେ   ପହଞ୍ଚି ପାରିନଥିଲା ଫଳରେ  ଡାକ୍ତର ରଶ୍ମି ରଞ୍ଜନ ମହାନ୍ତି ଏବଂ ତାଙ୍କ ଟିମ ବନ୍ୟା ପାଣିରେ ଚାଲି ଚାଲି   ଯାଇ ତାଙ୍କ ଘରେ ପହଞ୍ଚିଥିଲେ । ତାଙ୍କ ଟ୍ରଲିରେ ଆମ୍ବୁଲାନ୍ସ ଯୋଗେ ଆଣିଥିଲେ ।ସେଠାରୁ  ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଚିକିତ୍ସା କରିଛନ୍ତି ଡାକ୍ତର ।  ଡାକ୍ତରଙ୍କ ଏଭଳି ବଦାନ୍ୟତା ପାଇଁ  ସେ ସାରା ଅଞ୍ଚଳରେ ଚର୍ଚ୍ଚାର  ବିଷୟ ପାଲଟିଛନ୍ତି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking