20.1 C
Bhubaneswar
Saturday, December 6, 2025
Homeଦେଶ ବିଦେଶମାଳଦ୍ୱୀପର ୬୦ତମ ସ୍ୱାଧୀନତା ଦିବସ ସମାରୋହରେ ସମ୍ମାନିତ ଅତିଥି ଭାବରେ ଯୋଗଦେଲେ ପ୍ରଧାନମନ୍ତ୍ରୀ

ମାଳଦ୍ୱୀପର ୬୦ତମ ସ୍ୱାଧୀନତା ଦିବସ ସମାରୋହରେ ସମ୍ମାନିତ ଅତିଥି ଭାବରେ ଯୋଗଦେଲେ ପ୍ରଧାନମନ୍ତ୍ରୀ

ମାଳଦ୍ୱୀପ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମାଲେଠାରେମାଳଦ୍ୱୀପର ୬୦ତମସ୍ୱାଧୀନତାଦିବସ ସମାରୋହରେ ‘ସମ୍ମାନିତ ଅତିଥି’ଭାବରେ ଯୋଗ ଦେଇଛନ୍ତି। ପ୍ରଥମ ଥର କୌଣସିଭାରତୀୟ ପ୍ରଧାନମନ୍ତ୍ରୀ ମାଳଦ୍ୱୀପର ସ୍ୱାଧୀନତା ଦିବସ ସମାରୋହରେ ଯୋଗ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ପ୍ରଥମ ବିଦେଶୀ ନେତା ଯାହାଙ୍କୁ ରାଷ୍ଟ୍ରପତି ମୁଇଜୁ ଆତିଥ୍ୟ ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀମାଳଦ୍ୱୀପର ରାଷ୍ଟ୍ରପତି ମହାମହିମ ଡକ୍ଟର ମହମ୍ମଦ ମୁଇଜୁଙ୍କ ସହରିପବ୍ଲିକ୍ ସ୍କୋୟାରଠାରେ ସ୍ୱାଧୀନତା ଦିବସ ପରେଡ୍ ଦେଖିଥିଲେ। ଏହି ଅବସରରେ, ପ୍ରଧାନମନ୍ତ୍ରୀ ମାଳଦ୍ୱୀପର ଜନସାଧାରଣ ଏବଂ ସରକାରଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଥିଲେ। ଏହି ଉତ୍ସବରେ ମାଳଦ୍ୱୀପର ଜାତୀୟ ପ୍ରତିରକ୍ଷା ବାହିନୀ ଏବଂ ଅନ୍ୟାନ୍ୟ ସ୍ଥାନୀୟ ୟୁନିଟ୍ ଦ୍ୱାରା ଚିତ୍ତାକର୍ଷକପରେଡ୍ ପ୍ରଦର୍ଶିତ ହୋଇଥିଲା। ଏକ ଆଧୁନିକ ରାଷ୍ଟ୍ର ଭାବରେ ମାଳଦ୍ୱୀପର ସଫଳତା ଉପରେ ଆଧାରିତ ସାଂସ୍କୃତିକ ପ୍ରଦର୍ଶନର ଏକ ଧାରାବାହିକ ମଧ୍ୟ ପ୍ରଦର୍ଶିତ ହୋଇଥିଲା। ପ୍ରଧାନମନ୍ତ୍ରୀ ଶ୍ରୀମୋଦୀରାଷ୍ଟ୍ରପତି ମୁଇଜୁ ଏବଂ ମାଳଦ୍ୱୀପର ଜନସାଧାରଣଙ୍କୁ ସେମାନଙ୍କ ସାଦର ନିମନ୍ତ୍ରଣ ପାଇଁ ଧନ୍ୟବାଦ ଜଣାଇଥିଲେ। ସ୍ୱାଧୀନତା ଦିବସ ସମାରୋହରେ ‘ସମ୍ମାନିତ ଅତିଥି’ଭାବରେ ତାଙ୍କର ଯୋଗଦାନ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ଏକ ମାଇଲଖୁଣ୍ଟ। ୨୦୨୫ରେ ଭାରତ ଏବଂ ମାଳଦ୍ୱୀପ ମଧ୍ୟରେ କୂଟନୀତିକ ସମ୍ପର୍କ ସ୍ଥାପନର ୬୦ବର୍ଷ ପୂର୍ତ୍ତିମଧ୍ୟ ପାଳନକରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking