13.1 C
Bhubaneswar
Sunday, December 7, 2025
Homeଓଡିଶାଭିଜିଲାନ୍ସ ଜାଲରେ ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକ

ଭିଜିଲାନ୍ସ ଜାଲରେ ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକ

କୋରାପୁଟ: ଭିଜିଲାନ୍ସ ଜାଲରେ ଡେପୁଟି ରେଞ୍ଜର । ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ କୋରାପୁଟର ଜୟପୁର ବନଖଣ୍ଡର ଡେପୁଟି ରେଞ୍ଜର ତଥା ଭାରପ୍ରାପ୍ତ ରେଞ୍ଜର ରାମଚନ୍ଦ୍ର ନେପାକଙ୍କ ଘର ସମେତ ୬ଟି ସ୍ଥାନରେ ଏକକାଳୀନ ଚଢ଼ଉ କରାଯାଇଛି। ଏପର୍ଯ୍ୟନ୍ତ ତାଙ୍କ ଘରେ ମାଟି ତଳୁ ନଗଦ  ୧ କୋଟି ୪୦ ଲକ୍ଷ ଟଙ୍କା ଠାବ କରାଯାଇଛି । ବିଡା ବିଡା ୫୦୦ ଟଙ୍କିଆ ନୋଟ ମଧ୍ୟ ମିଳିଛି । ଟଙ୍କା ଛଡା ସୁନା ବିସ୍କୁଟ ଏବଂ ବିପୁଳ ପରିମାଣର ସୁନା , ଅଳଙ୍କାର ବି ଠାବ କରିଛି ଭିଜିଲାନ୍ସ । ୪ଟି ସୁନା ବିସ୍କୁଟ ୧୬ଟି ଗୋଲ୍ଡ କଏନ ମଧ୍ୟ ଠାବ କରାଯାଇଛି । ପ୍ରତି ସୁନା କଏନର ଓଜନ ପାଖପାଖି ୧୦ ଗ୍ରାମ ଲେଖାଏଁ ସୂଚନା ମିଳିଛି । ଭୁବନେଶ୍ୱରରେ ଗୋଟିଏ ଏବଂ ଜୟପୁରରେ ରହିଛି ୩ଟି ଫ୍ଲାଟ । ଜୟପୁରରେ ଦୁଇଟି ଜମି ଏବଂ ଆଲିସାନ ଘର ମଧ୍ୟ ରହିଛି । କଳା ଧନକୁ ରଖିବା ପାଇଁ ଘରେ ସିକ୍ରେଟ ଚାମ୍ବର ତିଆରି କରିଥିଲେ ନେପାକ । କିଛି ମାସ ପରେ ଚାକିରିରୁ ଅବସର ନେଇଥାନ୍ତେ ରାମଚନ୍ଦ୍ର । ହେଲେ ତା ପୂର୍ୱରୁ ଆଜି ଭୁବନେଶ୍ୱର ସମେତ ୬ଟି ସ୍ଥାନରେ ଚଢାଉ କରି ବାବୁଙ୍କ କଳା ଟଙ୍କା ର ହିସାବ କରୁଛି ଭିଜିଲାନ୍ସ । ଚଢ଼ାଉରେ ୬ ଜଣ ଡିଏସପି, ୫ ଜଣ ଇନ୍ସପେକ୍ଟର, ୯ ଜଣ ଏଏସଆଇ ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀ ମଧ୍ୟ ସାମିଲ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking