36.1 C
Bhubaneswar
Tuesday, May 19, 2026
Homeଓଡିଶାବ୍ୟବସାୟୀଙ୍କ ଠାରୁ ୨ ଲକ୍ଷ ଝାମ୍ପିନେଲେ ଦୁର୍ବୃତ୍ତ

ବ୍ୟବସାୟୀଙ୍କ ଠାରୁ ୨ ଲକ୍ଷ ଝାମ୍ପିନେଲେ ଦୁର୍ବୃତ୍ତ

ଆଳି: ବ୍ୟବସାୟୀଙ୍କ ଠାରୁ ୨ ଲକ୍ଷ ଝାମ୍ପିନେଲେ ଦୁର୍ବୃତ୍ତ। ପଛପଟରେ ଆସୁଥିବା ୨ ଜଣ ଅଚିହ୍ନା ଲୋକଙ୍କ କଥାରେ ବ୍ୟବସାୟୀ ଜଣକ ବ୍ୟସ୍ତ ହୋଇପଡ଼ିଥିବା ବେଳେ ସୁଯୋଗ ଅପେକ୍ଷାରେ ଥିବା  ଦୁର୍ବୃତ୍ତମାନେ ହଠାତ୍‌ ଟଙ୍କା ବ୍ୟାଗ୍‌ ଉପରକୁ ଝାମ୍ପ ମାରିଥିଲେ। ଏଥିରେ ଥିବା ୨ ଲକ୍ଷ ଟଙ୍କା ଲୁଟି ଫେରାର ହୋଇଯାଇଥିଲେ। କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଞ୍ଚଳରେ ଗୁରୁବାର ପୂର୍ବାହ୍‌ଣରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଦୁର୍ବୃତ୍ତମାନେ ବାଇକ୍‌ରେ ଆସି ‘ମଉସା ତମ ଟଙ୍କା ଗଳିପଡ଼ିଛି’ କହିଥିଲେ। ବ୍ୟବସାୟୀ ଜଣଙ୍କ ରହିଯିବାରୁ ଟଙ୍କା ବ୍ୟାଗକୁ ଝାମ୍ପିନେଇ ଦୁଇ ଦୁର୍ବୃତ୍ତ ଫେରାର ହୋଇଯାଇଥିଲେ। ଏନେଇ ବ୍ୟବସାୟୀ ପିତାମ୍ବର ଦାସ ଥାନାରେ ଅଭିଯୋଗ କରିଛି। ଅଭିଯୋଗ ପାଇବା ପରେ ପୁଲିସ ଘଟଣାର ଛାନଭିନ୍ ଆରମ୍ଭ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking