28.1 C
Bhubaneswar
Monday, February 9, 2026
Homeଦେଶ ବିଦେଶମହିଳାଙ୍କୁ ଛୁରୀ ଭୁସି ହତ୍ୟା କଲା ସ୍ୱାମୀ

ମହିଳାଙ୍କୁ ଛୁରୀ ଭୁସି ହତ୍ୟା କଲା ସ୍ୱାମୀ

ତାମିଲନାଡୁ: ତାମିଲନାଡୁରୁ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। କରୁର ଜିଲ୍ଲାର ଏକ ସରକାରୀ ଡାକ୍ତରଖାନାରେ ଚିକିତ୍ସାଧୀନ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ନିର୍ମମ ଭାବରେ ଛୁରି ଭୁସି ହତ୍ୟା କରିଛନ୍ତି। ରିପୋର୍ଟ ଅନୁସାରେ, ସ୍ୱାମୀଙ୍କ ସହ ଝଗଡ଼ା ସମୟରେ ଆହତ ହେବା ପରେ ମହିଳାଙ୍କୁ ଶନିବାର ଦିନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରଦିନ ସକାଳେ, ତାଙ୍କ ସ୍ୱାମୀ ଅଜଣା ଭାବରେ ହସ୍ପିଟାଲ ୱାର୍ଡରେ ପ୍ରବେଶ କଲେ, ତାଙ୍କ ପାଖରେ ପହଞ୍ଚି ତାଙ୍କୁ ତିନିଥର ଛୁରୀ ଭୁସି ଆକ୍ରମଣ କଲେ।

ଆକ୍ରମଣ ପରେ ହସ୍ପିଟାଲ କର୍ମଚାରୀ କିମ୍ବା ସୁରକ୍ଷା କର୍ମୀ ହସ୍ତକ୍ଷେପ କରିବା ପୂର୍ବରୁ ସ୍ୱାମୀ ତୁରନ୍ତ ପଳାଇ ଯାଇଥିବା ଜଣାପଡ଼ିଛି।ବର୍ତ୍ତମାନ ସୁଦ୍ଧା, କୁଲିଥାଲାଇ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ କରାଯାଇଛି। ଫେରାର ଥିବା ଅଭିଯୁକ୍ତଙ୍କୁ ଖୋଜିବା ଏବଂ ଗିରଫ କରିବା ପାଇଁ ପ୍ରୟାସ ଜାରି ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking