ଭୁବନେଶ୍ୱର :ପୁଣି ଆସୁଛି ବଡ଼ ବର୍ଷା । ଗୋଟିଏ ଲଘୁଚାପ ପ୍ରଭାବ ନସରୁଣୁ ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉଏକ ଲଘୁଚାପ । ଆସନ୍ତା ୨୨ରୁ ୨୪ ତାରିଖ ମଧ୍ଯରେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି । ଫଳରେ ୨୩ ତାରିଖରୁ ରାଜ୍ୟରେ ବର୍ଷା ପରିମାଣ ବଢିବ। ୨୬ ତାରିଖ ଯାଏଁ ରହିବ ବର୍ଷାର ପ୍ରଭାବ। ୨୪ ଓ ୨୫ ତାରିଖରେ ଲଘୁଚାପରେ ରହିବ ଅଧିକ ପ୍ରଭାବ। ୧୯ ତାରିଖରେ ୨୦ ଜିଲ୍ଲାରେ ପ୍ରବଳ ବର୍ଷାର ଆଶଙ୍କା ଥିବା ବେଳେ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ସମ୍ଭାବନା ଥିବା ବେଳେ ପୁଣି ଆସନ୍ତା ୨୪ତାରିଖ ବେଳକୁ ଆସୁଛି ଆଉଏକ ଲଘୁଚାପ ।










