21.1 C
Bhubaneswar
Tuesday, February 24, 2026
Homeଓଡିଶାରାଜ୍ୟ କ୍ୟାବିନେଟ୍‌ରେ ୧୩ଟି ପ୍ରସ୍ତାବକୁ ମଂଜୁରୀ

ରାଜ୍ୟ କ୍ୟାବିନେଟ୍‌ରେ ୧୩ଟି ପ୍ରସ୍ତାବକୁ ମଂଜୁରୀ

ଭୁବନେଶ୍ବର: ରାଜ୍ୟ ସରକାର କ୍ୟାବିନେଟ୍‌ରେ ଆଜି ୧୩ଟି ପ୍ରସ୍ତାବ ଉପରେ ମୋହର ମାରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ୧୧ଟି ବିଭାଗର ୧୩ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ସ୍ଵରାଷ୍ଟ୍ର, ସ୍ବାସ୍ଥ୍ୟ, ଶକ୍ତି, ରାଜସ୍ବ , ଗୃହ ନିର୍ମାଣ, ଗଣଶିକ୍ଷା ଆଦି ବିଭାଗରେ ଉନ୍ନୟନମୂଳକ କାର୍ଯ୍ୟ ପାଇଁ କ୍ୟାବିନେଟ୍‌ ବୈଠକରେ ଆଲୋଚନା ହୋଇଥିଲା। ରାଜ୍ୟ ସରକାର କ୍ୟାବିନେଟ୍‌ ବୈଠକରେ ବଡ଼ ନିଷ୍ପତ୍ତି ନେଇଛନ୍ତି। ସରକାର ଆଦର୍ଶ ବିଦ୍ୟାଳୟରେ ରେଣ୍ଟ ମୁକ୍ତ କରିଛନ୍ତି। ଏହା ଦ୍ବାରା ଛାତ୍ରଛାତ୍ରୀଙ୍କୁ ଆଉ ମାସିକ ଦେୟ ଦେବାକୁ ପଡ଼ିବ ନାହିଁ। ଏଥି ପାଇଁ ସରକାର ୫ ବର୍ଷରେ ୩୫୦ କୋଟି ଟଙ୍କା ଖର୍ଚ୍ଚ କରିବେ।

ରାଜ୍ୟ ସରକାର ବିଶ୍ବବିଦ୍ୟାଳୟ ଆଇନରେ କିଛି ପରିବର୍ତ୍ତନ ଆଣିଛନ୍ତି। ସ୍ଥାୟୀ କୁଳପତି ନିଯୁକ୍ତି ପର୍ଯ୍ୟନ୍ତ ଭାରପ୍ରାପ୍ତ କୁଳପତିଙ୍କୁ କ୍ଷମତା ପ୍ରଦାନ କରିବେ।

ରାଜ୍ୟ ସରକାର ମୟୂରଭଞ୍ଜ ପୁଲିସ ଜିଲ୍ଲାକୁ ବିଭାଜନ କରିଛନ୍ତି। ରାଇରଙ୍ଗପୁର ନୂତନ ପୁଲିସ ଜିଲ୍ଲା ଘୋଷଣା ହୋଇଛି। ରାଇରଂଗପୁର ପୁଲିସ ଜିଲ୍ଲାରେ ରହିବ ୨ଟି ଏସ୍‌ଡିପିଓ। ରାଇରଂଗପୁର, କରଂଜିଲ୍ଲାରେ ରହିବେ ଏସ୍‌ଡିପିଓ। ରାଇରଂଗପୁର ପୁଲିସ ଜିଲ୍ଲାରେ ରହିବ ୧୪ଟି ଥାନା ରହିବ।

ରାଜ୍ୟ ସରକାର ଏମର୍ଜେନ୍ସି ରେସପନ୍ସ ସପୋର୍ଟ ସିଷ୍ଟମକୁ ଅନୁମୋଦନ ଦେଇଛନ୍ତି। ଏମର୍ଜେନ୍ସି ରେସପନ୍ସ ସପୋର୍ଟ ସିଷ୍ଟମ ପାଇଁ ସୃଷ୍ଟି ହେବ ୪,୧୯୫ ପୋଷ୍ଟ। ସେହିପରି ସମୃଦ୍ଧ ସହର ଯୋଜନାକୁ ରାଜ୍ୟ କ୍ୟାବିନେଟରେ ଅନୁମୋଦନ ଦେଇଛନ୍ତି। ସମୃଦ୍ଧ ସହର ଯୋଜନା ପାଇଁ ୪, ୮୭୯.୩୦ କୋଟି ଟଙ୍କା ବ୍ୟୟ ଅଟକଳ ରଖାଯାଇଛି। ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନରେ ସମୃଦ୍ଧ ସହର ଯୋଜନା ସହାୟକ ହେବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking