ଭୁବନେଶ୍ୱର: ବାଲେଶ୍ୱର ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ମାମଲାରେ ବିଜେପିର ପ୍ରେସମିଟ୍ । ପ୍ରେସମିଟ କରି କହିଛନ୍ତି ଏମ୍ସକୁ ଦୁଇ ଦୁଇ ଥର ମୁଖ୍ୟମନ୍ତ୍ରୀ ଯାଇଥିଲେ । ଉପମୁଖ୍ୟମନ୍ତ୍ରୀ, ସାଂସଦ, ମନ୍ତ୍ରୀ ଏମ୍ସକୁ ଯାଇଥିଲେ । ପୀଡିତାଙ୍କ ପରିବାରକୁ ଭେଟି ଆଶ୍ୱାସନା ଦେଇଥିଲେ । ରାଷ୍ଟ୍ରପତି ମଧ୍ୟ ପୀଡିତାଙ୍କ କଥା ବୁଝିଥିଲେ । ୨୦ ଲକ୍ଷ ଟଙ୍କାର ସହାୟତା ରାଶି ଦିଆଯାଇଛି । ଘଟଣା ଘଟିବାର ୬ ଘଣ୍ଟା ମଧ୍ୟରେ ପଦକ୍ଷେପ ନିଆଯାଇଛି । ଏଚଓଡି ଓ ଅଧ୍ୟକ୍ଷଙ୍କୁ ଗିରଫ କରାଯାଇଛି । ଯିଏ ବି ଏ ଘଟଣାରେ ସମ୍ପୃକ୍ତ କାହାକୁ ଛଡାଯିବନାହିଁ । ତଦନ୍ତର ଦିଗ ବ୍ୟାପକ କରିଛନ୍ତି ତଦନ୍ତକାରୀ ସଂସ୍ଥା ।
ବିଜେଡିର ଆନ୍ଦୋଳନ ନିଜ ଅସ୍ତିତ୍ୱ ରକ୍ଷାଲାଗି ଥିଲା । ସଂଖ୍ୟା ଦୃଷ୍ଟିରୁ ଯାହା ଆଶା କରୁଥିଲେ ତାହା ହେଲାନି । ଆନ୍ଦୋଳନରେ ବିଜେଡି ହିଂସା ଆଚରଣ କରିଥିଲା । ରାଜ୍ୟ ସରକାର ମହିଳାଙ୍କ ପ୍ରତି ସମର୍ପିତ । ମହିଳାଙ୍କ ପ୍ରତି ହିଂସାକୁ ଗ୍ରହଣ କରାଯାଇ ପାରିବନି । ବିଜେଡି ସରକାରରେ କ’ଣ ଘଟୁଥିଲା ସମସ୍ତେ ଜାଣନ୍ତି । ଦୋଷୀଙ୍କୁ କେମିତି ଖସାଇବେ ବ୍ୟବସ୍ଥା କରିଥିଲେ । ନାରୀଙ୍କୁ ନେଇ ରାଜନୀତି ନକରୁ ବିରୋଧୀ ଦଳ । ସରକାରଙ୍କ କାର୍ଯ୍ୟରେ ସହେଯାଗ କରୁ ବିରୋଧୀ ଦଳ ।










